-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Jun-2021
ପାଟଣାଗଡ (ପ୍ରେରଣା ଖବର) : କରୋନା କାଳରେ ସାଧାରଣ ଲୋକ କଲବଲ ହେଉଥିବା ବେଳେ ଏମାଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି ଜଣେ ଦରଦୀ ବିଧାୟକ l ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ପାଟଣାଗଡ ଯୁବ ବିଜେଡ଼ି ବିଧାୟକ ସରୋଜ କୁମାର ମେହେର l ପାଟଣାଗଡ଼ ବ୍ଲକ ର ବିଭିନ୍ନ ଗ୍ରାମକୁ ଯାଇ ଶ୍ରୀ ମେହେର ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହଯୋଗ ମଧ୍ୟ ପ୍ରଦାନ କରିଛନ୍ତି l ଏହା ପୂର୍ବରୁ ମଧ୍ୟ ଶ୍ରୀ ମେହେର ଖପ୍ରାଖୋଲ ଓ ବେଲପଡ଼ା ବ୍ଲକ ଗସ୍ତ କରି କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସମବେଦନା ଜଣାଇବା ସହିତ କିଛି ଫଳମୂଳ ଓ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ l କରୋନା କାଳରେ ଦୁର୍ଦଶାଗ୍ରସ୍ତ ଲୋକଙ୍କ ପ୍ରତି ବିଧାୟକ ସରୋଜ ମହେରଙ୍କ ମାନବିକତାକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି l