-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
26-Jun-2021
ବଲାଙ୍ଗିର,(ପ୍ରେରଣା ଖବର)- ଏସ୍ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ, କେନ୍ଦ୍ରୀୟ କମିଟି ସଭ୍ୟ ତଥା ବିଶିଷ୍ଟ ସଂଗ୍ରାମୀ ଜନନେତା କମ୍ରେଡ୍ ଧୁର୍ଜଟି ଦାସଙ୍କର ଦୁରାରୋଗ୍ୟ ଲିଭର କେନ୍ସର ରୋଗରେ ପିଡିତ ହୋଇ ଗତ ୨୪ ତାରିଖରେ ଦୁଃଖଦ ବିୟୋଗ ଘଟିଛି । ଶ୍ରୀ ଦାଶ ଦୁରାରୋଗ୍ୟ ଲିଭିର କେନ୍ସର ରୋଗରେ ପିଡିତ ହୋଇ କଲିକତା ଆର୍ଡ କ୍ଲିନିକ ଏଣ୍ଡ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ଦାସ ୭୦ଦଶକରେ ଗଙ୍ଗାଧର ମେହେର କଲେଜ ସମ୍ବଲପୁରର ବିଖ୍ୟାତ ଛାତ୍ରନେତା ଭାବେ ସୁପରିଚିତ ଥିଲେ । ଛାତ୍ରବସ୍ଥାରେ ଇନ୍ଦିରା ସରକାର ଦ୍ୱାରା ଜାରି ହୋଇଥିବା ଜରୁରିକାଳିନ ପରିସ୍ଥିତିରେ ଗିରଫ ହୋଇ ୨୦ମାସ ଜେଲରେ ଥିଲେ । ପରବର୍ତ୍ତି ସମୟରେ ଅଭବକ୍ତ ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ, ମୟୁରଭଞ୍ଜ ଆଦି ଜିଲ୍ଲାରେ ବହୁ ଗଣ ଆନ୍ଦୋଳନର ନେତୃତ୍ୱ ନେଇଥିôଲେ ଓ ବିପ୍ଲବୀ ଛାତ୍ର ସଂଗଠନ ଏଆଇଡିଏସ୍ଓ ତଥା ଏସ୍ୟୁସିଆଇ (କମ୍ୟୁନିଷ୍ଟ)କୁ ଗଢି ତୋଳିଥିଲେ । ସେ ଏସ୍ୟୁସିଆର କେନ୍ଦ୍ରୀୟ କମିଟି ସଭ୍ୟ ଓ ଓଡିଶା ରାଜ୍ୟ ସଂପାଦକ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ହଠାତ୍ ଦୁରାରୋଗ୍ୟ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର