-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Jun-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପରିସରରେ ଶନିବାର ସମ୍ବଲପୁର ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋ ସରକାର ୫ଟି ସେଲ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଯୁବବର୍ଗ ଟୀକା କରଣ ଦ୍ଵାରା ରେଢ଼ାଖୋଲ ରକ୍ତ ଭଣ୍ଡାରରେ ବିଶେଷ ରକ୍ତ ଅଭାବ ଦେଖା ଦେଇଛି। ରକ୍ତ ଭଣ୍ଡାରରେ ଗୋଟିଏ ରକ୍ତ ରହିଅଛି ଏଣୁ ଏହି ରକ୍ତ ଅଭାବକୁ ଦୂରୀକରଣ ପାଇଁ ଆରକ୍ଷୀ ଅଧିକ୍ଷକ ଆଦେଶ ଦ୍ଵାରା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏହି ଶିବିରରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଜୋସ୍ନାମୟୀ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ରେଢ଼ାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ଉପସ୍ଥିତ ଥିଲେ।ଏହି ଶିବିରରେ ସର୍ବମୋଟ ୧୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ବିଶେଷ କରି ଯୁବବର୍ଗ ଉତ୍ସାହ ସହ ରକ୍ତଦାନ କରିଥିଲେ । ଏଥିରେ ଏସ.ଆଇ ସୌମ୍ୟ ରଞ୍ଜନ ମହାଲ୍ଳିକ, ଏ .ଏସ .ଆଇ ତ୍ରିବେଣୀ ପ୍ରଧାନ, ହାବିଲଦାର କନେଷ୍ଟବଳ ସଂଘ ସମ୍ବଲପୁରର ସଭାପତି ରାମଦାସ ପଣ୍ଡା, ସମ୍ପାଦକ ପଙ୍କଜ ନାୟକ, ଅମ୍ବରିତ ନାୟକ, ପ୍ରମୋଦ ସେଠ, ରୟାଲ କ୍ଲବ ରେଢ଼ାଖୋଲ, ୟୁଥ କ୍ଲବ୍ ଡ଼ଇଁଚା, ତ୍ରିବଣପୁର କ୍ଲବ ଓ ରେଢ଼ାଖୋଲର ବିଭିନ୍ନ ପୂଜା କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ଶିବିରକୁ ରେଢ଼ାଖୋଲ ଉପଖଣ୍ଡ ଅଧ୍ୟକ୍ଷ ଡ଼ଃ ରାମକୃଷ୍ଣ ପତିଙ୍କ ତତ୍ବାବଧାନରେ ରକ୍ତ ଭଣ୍ଡାରର କର୍ମଚାରୀ ଇନ୍ଦ୍ରମଣି ବେହେରା , ତ୍ରିପୁରାରୀ ଗଡତିଆ , ଜାମିନି ସାହୁ , ମନୋରମା ଧଳ ପରିଚାଳନା କରିଥିଲେ ।