-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
12-Jun-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) :ତୁରେକେଲା ବ୍ଲକର ଲର୍କି ଗ୍ରାମରେ ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ବରେ ଅଙ୍ଗନବାଡ଼ି କର୍ମୀ ପ୍ରମିଳା ପଣ୍ଡା, ଗୁଣମତି ବେନିଆ,ଆଶା କର୍ମୀ ହେମବତି ନାଗ,ସହାୟିକା ପାର୍ବତୀ ସଗ୍ରିଆ,କାନ୍ତି ସଗ୍ରିଆ ଗାଁର ବିଭିନ୍ନ ସ୍ଥାନରେ ହାତ ଧୋଇବାର ସୋପାନ କରି ଦେଖେଇଥିଲେ।ଶ୍ରୀ ଦାଶ ମାସ୍କ ପରିଧାନ, ସାମାଜିକ ଦୂରତା, ବାରମ୍ବାର ହାତଧୋଇବା ସହିତ ଟିକାହିଁ କରୋନାକୁ ରୋକିପାରିବ ବୋଲି ଲୋକଙ୍କୁ ବୁଝେଇଥିଲେ।
ତାପରେ ଶ୍ରୀ ଚିତ୍ତ ରଂଜନ ବେହେରା,ଶିକ୍ଷକ ଅମୃତ କୁମ୍ଭାର, ରବୀନ୍ଦ୍ର ରଥଙ୍କ ଆର୍ଥିକ ସହାୟତାରେ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୁଖିଲା ଖାଦ୍ୟରେ ଆଳୁ, ଚିନି,ଲୁଣ,ଡାଲି, ସୋୟାବଡି, ସାବୁନଆଦି ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରେମରାଜ ପାଣିଗ୍ରାହୀ, ବିନୋଦିନୀ ତାଣ୍ଡି ଓ ଆଶିଷ ଜୈନ ସହଯୋଗ କରିଥିଲେ।