-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Jun-2021
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ଏହି ବ୍ଲକର ଚେରୁପାଲି ଗ୍ରାମର କେତେକ ମହିଲାମାନଙ୍କ ଜମା ଖାତାରୁ ଟଙ୍କା ହଡପ ହୋଇଥିବା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି । ମହିଲାମାନେ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ,ଚେରୁପାଲି ଗ୍ରାମର ଜଣେ ମହିଲା ସ୍ୱାସ୍ଥ୍ୟ ବୀମା କାର୍ଡ କରାଇ ଦେବା କହି ଗ୍ରାମର ମହିଲାମାନଙ୍କ ବ୍ୟାଙ୍କ ଜମାଖାତା, ଟିପ ଚିହ୍ନ ନେଇଯାଇଛନ୍ତି । ବର୍ତ୍ତମାନ ଉକ୍ତ ମହିଲାମାନଙ୍କ ଜମା ଖାତାର ଟଙ୍କା ଗାଏପ ହୋଇ ଯାଉଛିତ । ଜମାଖାତାରୁ ଅନ୍ୟ ଏକାଉଣ୍ଟକୁ ଚାଲିଯାଉଛି । ମହିଲାମାନଙ୍କ ଧାନ ବିକ୍ରି ଟଙ୍କାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଟଙ୍କା ଜମା କରାଯାଉଥିବା ବେଳେ ତାହା ଶୂନ୍ୟ ହୋଇ ଯାଉଛି । ଏଣୁ ଏହାର ତଦନ୍ତ କରିବାକୁ ଆଜି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ବେହେରାଙ୍କ ନେତୃତ୍ୱରେ ମହିଲାମାନେ ଥାନାରେ ଅଭିଯୋଗ କରିଛନ୍ତି । ପ୍ରାୟ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।