-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2021
ସୋନପୁର ଜିଲ୍ଲା ବିରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତର ବଙ୍କିଆ ଗ୍ରାମରେ କାଳବୈଶାଖିରେ ନରେନ୍ଦ୍ର ବାରକୁଟିଆଙ୍କ ଘର ସଂପୂର୍ଣ୍ଣ ରୂପେ ବୋହି ନେଇଥିବା ଖବର ହସ୍ତଗତ ହୋଇଛି।ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ଗତ ବୁଧବାର ଦିନ ସକାଳୁ ସକାଳୁ ପ୍ରବଳ ବେଗରେ ପବନ ବୋହିବା କାରଣରୁ ଘର ଉପରେ ଦିଆଯାଇଥିବା ସମସ୍ତ ନଡାକୁଟା ସମ୍ପୂର୍ଣ୍ଣ ରୂପେ ବୋହି ନେବା ସହ ପରେ ସାମାନ୍ୟରୁ ମଧ୍ଯମ ଧରଣର ବର୍ଷା ହେବା କାରଣରୁ କାନ୍ଥରୁ ମଧ୍ୟ ମାଟି ଝଡି ଯାଇଥିବା ସୂଚନା ମିଳିଛି।ଗ୍ରାମରେ ବହୁତ ବଡ ବଡ ଗଛ ସମେତ ବହୁ ଆମ୍ବଗଛର ଶାଖା ମାନ ଭାଙ୍ଗିଯାଇଥିବା କହିଛନ୍ତି ଗ୍ରାମବାସୀମାନେ।(ଆର୍ତ୍ତତ୍ରାଣ ଖୁରଡିଆଙ୍କ ରିପୋର୍ଟ)