-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
ବାଲିଗୁଡ଼ା,(ପ୍ରେରଣା ଖବର ବ୍ୟୁରୋ ):ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ଜୀବନକୁ ବାଜି ଲଗାଇ ଘରୁ ବାହାରକୁ ଆସି ଖବର ସଂଗ୍ରହ କରୁଥିବା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ରେ ୩୦ଜଣ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୁଞ୍ଜ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୁରେଶ କୁମାର ଏବଂ ୱାର୍ଡ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ଆଶୁତୋଷ ସାହୁ ମିଳିତ ଭାବରେ ଦୁଇ ଅନୁଷ୍ଠାନ ପକ୍ଷରୁ କରୋନା କିଟ ପ୍ରଦାନ କରିଛନ୍ତି । ଏହି କୀଟ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ଫ୍ରଣ୍ଟ ଲାଇନ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାଶ ଆୟୋଜନ କରିଥିବା ବେଳେ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି, ଏହା ସହ ସାମ୍ବାଦିକ ମାନେ କୋଭିଡ ନିୟମ ଅନୁଯାୟୀ ସୁସ୍ଥ ଓ ସୁରକ୍ଷିତ ରହିଲେ ସ୍ଵାସ୍ଥ୍ୟ ସମାଜ ଗଠନ ରେ ସହାୟକ ହୋଇ ପାରିବ ବୋଲି ଶ୍ରୀ ପାତ୍ର କହିଥିଲେ। ଏହି ବୈଠକ ରେ ପ୍ରିଣ୍ଟ, ଇଲୋଟ୍ରୋନିକ ଏବଂ ୱେବ ମିଡ଼ିଆ ର ସାମ୍ବାଦିକ ମାନେ ଉପସ୍ଥିତ ରହି ମୁଖ୍ୟ ଅତିଥିଙ୍କ ଠାରୁ କରୋନା କୀଟ ଗ୍ରହଣ କରିଥିଲେ। ଫ୍ରଣ୍ଟ ଲାଇନ ର ସମ୍ପାଦକ ଅସିତ୍ କୁମାର ବେହେରା ଙ୍କ ସମେତ ଚିତ୍ତରଞ୍ଜନ ନାୟକ, ଭଗବତୀ ପ୍ରସାଦ ସାବତ, ମନୋରଞ୍ଜନ ରାୟ, ବିପ୍ର ଚରଣ ସାହୁ, ସଞ୍ଜୟ କୁମାର ପାଣିଗ୍ରାହୀ, ସୁବ୍ରତ ମାଝୀ, ସାମୁଏଲ ପ୍ରଧାନ,ତାପସ ନାୟକ, ବନବାସୀ ପ୍ରଧାନ, ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।