-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
କଳାହାଣ୍ଡି (ତ୍ରିନାଥ ବେଶ୍ରା ସହ ସଞ୍ଜୀବ ଦାସ)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅନ୍ତର୍ଗତ ଟିଭି ସେଣ୍ଟର ପଡ଼ା ଠାରେ ଆଜି ସକାଳୁ ବିଦ୍ୟୁତ ଆଘାତରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ମୃତ ଲକ୍ଷ୍ମୀକାନ୍ତଙ୍କ ପୁଅ ନିରଞ୍ଜନ ଦାସ ଦେଇଥିବା ସୂଚନା ମତେ ସକାଳୁ ତାଙ୍କ ବାପା ଗାଧୋଇ ସାରି ଓଦା ଲୁଗାକୁ ନିଜ ବାରିପଟେ ସୁଖାଇବା ସମୟରେ ହଠାତ ବିଦ୍ୟୁତ ଆଘାତ ପାଇ ତଳେ ପଡି ବେହୋସ ହୋଇ ଯାଇଥିଲେ ।
ପାଖ ପଡ଼ୋଶୀ ନିରଞ୍ଜନଙ୍କ ବାପା ବିଦ୍ୟୁତ ଆଘାତ ପାଇ ତଳେ ପଡିଯିବା ପାଟି କରି ଘର ଲୋକଙ୍କୁ ଜଣାଇଥିଲେ, ଏହା ଶୁଣି ନିରଞ୍ଜନ ଦୌଡ଼ି ଯାଇ ବାପାଙ୍କୁ ବାଉଁଶ ସାହାଯ୍ୟରେ ଛଡ଼ାଇବା ପାଇଁ ଚେଷ୍ଟା କରିବା ସମୟରେ ତାଙ୍କୁ ମଧ୍ୟ ବିଦ୍ୟୁତ ଝଟକା ଲାଗିଥିଲା । ତେବେ ସାନ ଭାଇ ତାର ଟିକୁ ପ୍ଲାସ ଦ୍ବାରା କାଟିବା ପରେ ନିରଞ୍ଜନ ବାପାଙ୍କ ଛାତି ଚାପି ସିପିଆର ଦେଇ ପ୍ରାଣ ବଞ୍ଚାଇବା ଚେଷ୍ଟା କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା
ଭବାନୀପାଟଣା ଟାଉନ ଥାନା ଅଧିକାରୀ ସୂଚନା ପାଇ ବହୁ ବିଳମ୍ବରେ ଡାକ୍ତରଖାନା ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏ ନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି ।।