-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଭୀମ ଭୋଇ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ମନ୍ଥର,  ତୀବ୍ର ଅସନ୍ତୋଷ ପ୍ରକାଶ କଲେ ନରସିଂହ

03-Jun-2021



ବଲାଙ୍ଗିର,(ପ୍ରେରଣା ଖବର)- ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ନିର୍ମାଣାଧିନ ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା  କାର୍ଯ୍ୟ ତଦାରଖ କରିଛନ୍ତି । ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ସେ ନିର୍ମାଣକାରୀ ସଂସ୍ଥା ଓ ପ୍ରକଳ୍ପ ମ୍ୟାନେଜର ଉପରେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭୀମ ଭୋଇ ମେଡିକାଲର ନିର୍ମାଣ ଏଭଳି ମନ୍ଥର ଗତିରେ ଚାଲିଲେ ଏହା ଜୁନ ୨୦୨୨ ସୁଦ୍ଧା ସଂପୁର୍ଣ୍ଣ ହୋଇ ପାରିବ ନାହିଁ । ତେବେ ଏଭଳି ସ୍ଥିତିରେ ଡିସେମ୍ବର ସୁଦ୍ଧା  ବିବିଏମସିଏଚ ମେଡିକାଲ କାମ ସଂପୁର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଉପସ୍ଥିତ ପ୍ରକଳ୍ପ ମ୍ୟାନେଜର ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ମାସରେ ଶ୍ରୀ ମିଶ୍ର  ବିଭାଗୀୟ ଯନ୍ତ୍ରୀ, ପ୍ରକଳ୍ପ ମ୍ୟାନେଜର ତଥା ସାଇଟ ଯନ୍ତ୍ରୀମାନଙ୍କ ସହିତ ସାଇଟ୍ ପରିଦର୍ଶନ କରିଥଲେ । ସେ ସମୟରୁ ଆଜି ପର୍ଯ୍ୟନ୍ତ ହସପିଟାଲ କାର୍ଯ୍ୟର ଖାସ ଅଗ୍ରଗତି ହୋଇ ପାରି ନାହିଁ ।  ଏହି ପ୍ରକଳ୍ପ ୨୦୨୨ ଜୁନ ସୁଦ୍ଧା ସଂପୁର୍ଣ କରିବାକୁ ନିର୍ମାଣକାରୀ ସଂସ୍ଥା ତଥା ସରକାରଙ୍କ ଭିତରେ  ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ କାର୍ଯ୍ୟର ଅଗ୍ରଗତିକୁ ଦେଖିଲେ ୨୦୨୨ ଜୁନ ମାସ ସୁଦ୍ଧା ଏହା ସଂପୁର୍ଣ୍ଣ ହେବ ନାହିଁ ବୋଲି ସ୍ପଷ୍ଟ ଜଣାପଡୁଛି । ତେଣୁ ପ୍ରକଳ୍ପର ଅଗ୍ରଗତି ଉପରେ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ୨୦୨୨ ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସଂପୁଣ୍ଣ କରିବାକୁ ପ୍ରକଳ୍ପ ମ୍ୟାନେଜର ଆଶିଷ କର ତଥା ଅନ୍ୟନ୍ୟ ଯନ୍ତ୍ରୀମାନଙ୍କୁ  ସିଧା ସିଧା ନିର୍ଦ୍ଦେଶ ଦେଇଛନ୍ତି । ଆହୁରି  ଏହି ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ କ୍ୟାମ୍ପସ ଭିତରେ ମର ଶରିର ସଂରକ୍ଷଣ ଗୃହ, ବିଦ୍ୟୁତ  ସବ ଷ୍ଟେଷନ ଓ ଷ୍ଟାଫ କ୍ୱାଟର ତଥା ନର୍ସ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବା କଥା । କିନ୍ତୁ ନର୍ସ

ହଷ୍ଟେଲ ଓ ଷ୍ଟାଫ କ୍ୱାଟର ର ନିର୍ମାଣ କାର୍ଯ୍ୟ ମଧ୍ୟ ଧିମେଇ ଯାଇଥିବା ଶ୍ରୀ ମିଶ୍ର କ୍ଷୋଭ ର ସହିତ କହିଛନ୍ତି । ତେବେ ମେଡିକାଲ କଲେଜର ମୂଖ୍ୟ କୋଠା ନିର୍ମାଣରେ ପୁର୍ବତନ ନିର୍ମାଣ ସଂସ୍ଥା ଦ୍ୱାରା ଅନେକ ଜାଗାରେ ନିମ୍ନମାନର କାମ ହୋଇଥିବା ଦେଖା ଯାଇଥିଲା । ତେଣୂ ଏଠାରେ ତାହାର ପୁନାରବୃତ୍ତି ନକରିବା ପାଇଁ ପ୍ରକଳ୍ପ ମ୍ୟାନେଜରଙ୍କୁ ଶ୍ରୀ ମିଶ୍ର ସତର୍କ କରିଛନ୍ତି । ପରେ ପରେ ଲୋକଙ୍କ ଦାବୀ ମୁତାବକ ଶ୍ରୀ ମିଶ୍ର ୱାର୍ଡ ନଂ୨୧ରେ  ନିର୍ମାଣାଧିନ ରିଙ୍ଗ ରୋଡ ସମେତ କିଛି ଅଂଚଳ ପରିଦର୍ଶନ କରିଥିଲେ । କଲ୍ୟାଣ ମଣ୍ଡପ ନିକଟ ରାସ୍ତାରେ ଡ୍ରେନପାଣି ରାସ୍ତା ଉପରେ ଯାଉଥିବା ଦେଖି ସେଠାରେ ତୁରନ୍ତ ଏକ ଡ୍ରେନ ନିର୍ମାଣ କରିବାକୁ ପୌରନିର୍ବାହୀ ଅଧିକାରୀଙ୍କୁ ଫୋନ ଯୋଗେ ଶ୍ରୀ ମିଶ୍ର  ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like