-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
ବୀରମହାରାଜପୁର (ପ୍ରେରଣା ଖବର): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତର କେନଝିରିଆପାଲି ଗ୍ରାମରେ ଖରାଦିନେ ବଞ୍ଚିବାର ଆଧାର ହେଉଛି ନିକଟଗ୍ରାମ ଅମରପାଲିରୁ ବାହାରି ଆସିଥିବା ଘୁଙ୍ଗିଜୋର।ପ୍ରତିବର୍ଷ ପ୍ରବାହିତ ହେଉଥିବା ବର୍ଷାଜଳ ପ୍ରଭାବରେ ଗଭୀର ନାଳ ଏବେ ପୋତି ହୋଇଯାଉଥିବାରୁ ଖରାଦିନେ ପାଣିର ଅସୁବିଧା ପରିଲକ୍ଷିତ ହେଉଛି।କେବଳ କେନଝିରିଆପାଲି ନୁହଁ ପଡୋଶୀ ଲୁତୁରପଙ୍କର ଗ୍ରାମବାସୀମାନେ ମଧ୍ୟ ଏହା ଉପରେ ନିର୍ଭର କରିଚଳୁଥିବା ଶୁଣିବାକୁ ମିଳିଛି।ଏ ବର୍ଷ ପାଣି ପାଇଁ ସମସ୍ଯା ବଢିଯିବାରୁ କେବଳ ଲୋକମାନଙ୍କର ନୁହଁ ଗାଇ,ଗୋରୁଙ୍କ ପିଇବା ପାଣିର ସମସ୍ୟା ହେବାରୁ ନିଜସ୍ୱ ବ୍ଯକ୍ତିଗତ ଉଦ୍ୟମରେ କେନଝିରିଆପାଲିର ନବଯୁବକ ସ୍ୱେଚ୍ଛାସେବୀ ପ୍ରବୀଣ କୁମାର ଦେହୁରୀ ଜେସିବି ଡକାଇ ଘୁଙ୍ଗିଜୋରରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ୧୦ ଘଣ୍ଟା କାମ କରି ବାଲି ଖୋଳାଇବା ଫଳରେ ବର୍ତ୍ତମାନ ପାଣିର ଅସୁବିଧା ହେଉନଥିବା ଗ୍ରାମବାସୀ କହୁଛନ୍ତି ଏବଂ ଯୁବ ସ୍ୱେଚ୍ଛାସେବୀଙ୍କୁ ପ୍ରଂଶସାରେ ପୋତି ଦେଉଛନ୍ତି।