-+91-9937148622 |

prerana_bgr@rediffmail.com |

  Monday 2nd November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   (01-Nov-2026)       ||      *ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||     

HOME   ଜିଲ୍ଲା

ବାଲିଗୁଡା : ସ୍ମାର୍ଟ ସ୍କୁଲ କରିବାକୁ ନେଇ ତେଜୁଛି ବିବାଦ: ସ୍ମାର୍ଟ ସ୍କୁଲ ସରକାରୀ ବିଦ୍ୟାଳୟରେ କରିବାକୁ ଦାବୀ

02-Jun-2021



ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଥିବା ଏକ ବାଳିକା ଉଚ୍ଚ ବିଦ୍ୟାଳୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ବିଦ୍ୟାଳୟର ଜମି ଘରୋଇ ମାଲିକାନାରେ ରହିଥିବା ବେଳେ ଏହାର ପରିସରରେ ଏକ ଧର୍ମାନୁଷ୍ଠାନ ରହିଛି। ସେପଟେ ସରକାର ସ୍ମାର୍ଟ ସ୍କୁଲ ନାମରେ ସମସ୍ତ ଜମି ଅକ୍ତିଆରକୁ ନେଇ ଯିବେ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି  ବ୍ଲକ ଅଧିନସ୍ଥ ବ୍ରାହ୍ମଣୀଗାଁ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘରୋଇ ମାଲିକାନାରେ ରହିଥିବା ଜମିରେ  ସ୍ମାର୍ଟ ସ୍କୁଲ ପ୍ରତିଷ୍ଠା କରାନଯାଇ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ପାଇଁ ଲୋକେ ଦାବି କରୁଛନ୍ତି। ରାଜ୍ୟର ସ୍ମାର୍ଟ ସ୍କୁଲ ତାଲିକାରେ କନ୍ଧମାଳ ଜିଲ୍ଲାର ୧୦ ହାଇସ୍କୁଲ ସ୍ଥାନ ପାଇଛି। ଏହା ମଧ୍ୟରେ ଦାରିଙ୍ଗବାଡି ବ୍ଲକର ୨ ହାଇସ୍କୁଲ ରହିଛି। ଗୋଟିଏ ହେଲା ସିମନବାଡ଼ି ହାଇସ୍କୁଲ ଏବଂ ଅନ୍ୟଟି ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତି ତାରା ବାଳିକା ହାଇସ୍କୁଲ। ହେଲେ ପ୍ରଭାତି ତାରା ବାଳିକା ଉଚ୍ଚ ବିଦ୍ୟାଳୟର ଜମି ଘରୋଇ ମାଲିକାନାରେ ରହିଛି। ଏହାର ପରିସରରେ ଏକ ଧର୍ମାନୁଷ୍ଠାନ ରହିଛି। ଯାହାକି ମା ଲୁର୍ଦ୍ଦୁମେରୀଙ୍କ ପୂଜାର୍ଚ୍ଚନା ସ୍ଥଳ। ଯେଉଁଠି ସ୍ଥାନୀୟ ବ୍ରାହ୍ମଣୀଗାଁ ଅଞ୍ଚଳର ଖ୍ରୀଷ୍ଟଆନ ସମ୍ପ୍ରଦାୟର ଲୋକେ  ଦୀର୍ଘ ବର୍ଷ ହେବ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରି ଆସୁଛନ୍ତି। ଏହି ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାର ସ୍ମାର୍ଟ ସ୍କୁଲ ତାଲିକାରେ ସାମିଲ କରିଥିବା ବେଳେ ଧିରେ ଧିରେ ଘରୋଇ ମାଲିକାନାରେ ରହିଥିବା ଜମିକୁ ସରକାର ନିଜ ଅକ୍ତିଆରକୁ ନେଇଯିବେ। ଯାହା ଫଳରେ ଏଠାରେ ରହିଥିବା ପୂଜାସ୍ଥଳକୁ ବାଧା ଆସିବ। ଏହା ଦ୍ୱାରା ପ୍ରାର୍ଥନା ଅଥବା ପୂଜାର୍ଚ୍ଚନା କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି ଏବେ ଠାରୁ ସନ୍ଦେହ କରୁଛନ୍ତି ବ୍ରାହ୍ମଣୀଗାଁ ଅଞ୍ଚଳର ଲୋକେ। ଏନେଇ ସ୍ଥାନୀୟ ଲୋକଙ୍କ କହିବା କଥା ସେମାନେ ସରକାରଙ୍କ ସ୍ମାର୍ଟ ସ୍କୁଲକୁ ବିରୋଧ କରୁନାହାନ୍ତି। ହେଲେ ପ୍ରଭାତି ତାରା ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ସାମିଲ କରିବା ପରିବର୍ତ୍ତେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରାଯାଉ। ଯାହା ଦ୍ୱାରା ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଧର୍ମାନୁଷ୍ଠାନକୁ କୌଣସି ବାଧା ଆସିବ ନାହିଁ। ଏହା ସହ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ କରାଗଲେ କେବଳ ଝିଅ ପିଲା ନୁହେଁ ଉଭୟ ବାଳକ ବାଳିକା ମଧ୍ୟ ଏହାର ସୁବିଧା ପାଇପାରିବେ ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି । ହେଲେ ଏହା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଯଦି ଏନେଇ ବିଚାର କରି ପଦକ୍ଷେପ ନ ନିଅନ୍ତି, ତେବେ  ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ପୁନଃ ବିଚାର କରି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରକୁ ଏକନମ୍ବର କରିବାର ମିଳିତ ଉଦ୍ୟମ ହେଉ-ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ   01-Nov-2026
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026

You Might Also Like