-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
ବଲାଙ୍ଗିର,(ପ୍ରେରଣା ଖବର)- କରୋନା ସଂକ୍ରମଣ ବୃଦ୍ଧିକୁ ପ୍ରତିହିତ କରିବା ପାଇଁ ସରକାର ସଟ୍ଡାଉନ ଓ ଲକ୍ଡାଉନ ଭଳି ନିୟମ ଲାଗୁ କରିଛନ୍ତି । ଭୀମଭୋଇ ମେଡିକାଲକୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ ତଥା ତାଙ୍କର ସହଯୋଗୀମାନେ ଦିନ ସମୟରେ ମଧ୍ୟାହ୍ନ ଭୋଜନରେ ଅସୁବିଧା ଦୃଷ୍ଟି ଗୋଚର ହେଉଛନ୍ତି । ଏହାକୁ ଲକ୍ଷ୍ୟ କରି ରାଧାରାଣୀପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରର ରାଧା ମାଧବ ସଂଘ ତରଫରୁ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ମନ୍ଦିରର ଉପଦେଷ୍ଟା ଆନନ୍ଦ କଂସାରୀ ଓ ପୂଜକ ଗୋକୁଳାନନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ବଲାଙ୍ଗିର ଟାଉନଥାନା ଅଧିକାରୀ ପ୍ରିୟଙ୍କା ରାଉତରାୟ ଯୋଗଦେଇ ଖାଦ୍ୟ ବଣ୍ଟନ ଶୁଭାରମ୍ଭ କରିଥିଲେ । କୋଭିଡ୍-୧୯ ଗାଇଡଲାଇନ ଅନୁପାଳନ କରି ବଣ୍ଟନ କରାଯାଇଥିବା କାର୍ଯ୍ୟକ୍ରମରେ ସମାଜସେବୀ ସୁମିତରାମ ଭରଦ୍ୱାଜ, ଗଜାନନ ଅଗ୍ରୱାଲା, ଦୁଃଖିଶ୍ୟାମ ତ୍ରିପାଠି, ମିତ୍ରଭାନୁ ମିଶ୍ର, ମଧୁସୁଦନ ମହାରଣା, ଜୁନିୟର ରେଡକ୍ରସ କାଉସିଲର ରାମନାରାୟଣ ଦାଶ, ନାରୀ ସହାୟିକା ନିରୁପମା ମିଶ୍ର, ମୀରା ମହାରଣା,
ଭାଗବତୀ ମିଶ୍ର, ଭାଗବତୀ ପାଣିଗ୍ରାହୀ, ରୀନା ପଣ୍ଡା, ଅନିତା ପଶାୟତ, ଗୁଲାପି ବନଛୋର, ପ୍ରିୟଦର୍ଶନୀ ଦାଶ, ସୁଲୋଚନା ବହିଦାର, ପିଙ୍କି ଦର୍ଜି, ରଶ୍ମିତା ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ । ନରସିଂହ ପ୍ରସାଦ ଅଗ୍ରୱାଲ ଓ ଶୁଭଦ୍ରା ଅଗ୍ରୱାଲା ବିବାହର ୫୦ତମ ବାର୍ଷିକ ଅବସରରେ ରାଧାମାଧବ ସଂଘକୁ ସହଯୋଗ କ୍ରମେ ସକାଳୁ ଉପମା ଜଳଖିଆ ଲୋକମାନଙ୍କୁ ପ୍ରଦାନ କରାଯାଇଥିଲା । ସଟ୍ଡାଉନ ଓ ଲକ୍ଡାଉନ ନ ହଟିବା ପର୍ଯ୍ୟନ୍ତ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ବଣ୍ଟନ ଚାଲୁ ରହିବ ବୋଲି ରାଧାମାଧବ ସଂଘ ପ୍ରକାଶ କରିଛି ।