-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
*ଆଜି ଜଗତ ଜନନୀ ମା ଦୂର୍ଗାଙ୍କ ର ଅଷ୍ଟମୀ ତିଥିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେରେ ଚାଲି ଗଲା ଜନୈକ କର୍ମଚାରୀଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସ୍ଥିତ ବିଏସଏଲସି କମ୍ପାନୀ ଖଣି ରୁ କାର୍ଯ୍ୟ ସାରି ଜନୈକ କର୍ମଚାରୀ ସାଇକଲ ଯୋଗେ ଘରକୁ ଫେରୁଥିବା ବେଳେ ଝାରଖଣ୍ଡ ପଟୁ ଆସୁଥିବା ଏକ ଲାଇନ୍ ଟ୍ରକ୍ ଓଡି ୧୯ ଜି ୬୯୨୮ ନଂ ଗାଡି ଟି ଧକ୍କା ଦେବାରୁ ବିଏସଏଲସି କର୍ମଚାରୀ ତଥା ସାଇକେଲ ଚାଳକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ଲାଇନ୍ ଟ୍ରକ୍ ଘଟଣା ସ୍ଥଳରୁ ଫେରାର୍ । ସ୍ଥାନୀୟ ଉପର ମାର୍କେଟର ବାସିନ୍ଦାଙ୍କ ଠାରୁ ସୂଚନା ପାଇ ବୀରମିତ୍ରପୁର ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ତତ୍ ସହିତ ଜନ ସାଧାରଣଙ୍କ ସୂଚନା ଅନୁସାରେ ଟ୍ରକ ନଂ କୁ ଭିତ୍ତି କରି ବିଭିନ୍ନ ଥାନା କୁ ସୂଚନା ଦେଇଛନ୍ତି ଟ୍ରକ୍ କୁ ଅଟକ ରଖିବା ପାଇଁ । ଦୁର୍ଘଟଣା ରେ ମୃତ ସାଇକେଲ ଚାଳକ ତଥା ବିଏସଏଲସି କର୍ମଚାରୀ ଡି ଦାସ ଦଫେଇର ବାସିନ୍ଦା ଜୟମାସି କୁଲ୍ଲୂ ( ୫୨) ବୋଲି ଜଣାପଡିଛି । ଜୟମାସି ବିଏସଏଲସି କମ୍ପାନୀରେ ଜଣେ ବ୍ଲାଷ୍ଟର ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ ।*