-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ବଲାଙ୍ଗୀର ଜିଲ୍ଲା ସହ ଓଡ଼ିଶାର ସବୁ ସହର ଗୁଡିକରେ ସରକାରୀ ଗାଇଡ଼ ଲାଇନ ଅନୁସାରେ ଚାଲିଛି ମାଁ ଜଗତ ଜଣାନୀଙ୍କ ପୂଜାର୍ଚ୍ଚନା। ଯେଉଁଥିରେ ବଲାଙ୍ଗୀର ରେ ମଧ୍ୟ ରୀତିନୀତି ଅନୁସାରେ ଚାଲିଛି ମାଁ ଙ୍କ ପୂଜାର୍ଚ୍ଚନା। ରୁଗୁଡିପଡ଼ା, ଟିକ୍ରା ପଡ଼ା, ଶାନ୍ତି ପଡ଼ା ,ଗାନ୍ଧିନଗରପଡା,ଆଦି ସ୍ଥାନରେ ମାଁ ଙ୍କ ନବରାତ୍ର ପୂଜା ହେଉଥିବାବେଳେ ସହର ସହ ଗ୍ରାମାଂଚଲ ଗୁଡିକରେ ଆରମ୍ଭ ହୋଇଯାଇଛି ସପ୍ତମୀ ଓ ଅଷ୍ଟମୀ ପୂଜା। ଯାହା ବଲାଙ୍ଗୀର ସହର ମଧ୍ୟରେ ଥିବା ରାଜେନ୍ଦ୍ର ପଡ଼ା ପୂଜା କମିଟି ଚଳିତ ବର୍ଷ ୧୧ ତମ ରେ ପଦାର୍ପଣ କରିଛି। ଏବଂ ଚଳିତ ବର୍ଷ ପୂଜା ରେ କର୍ତ୍ତା ଭାବେ ରାଜେନ୍ଦ୍ର ପଡ଼ା ର ସସ୍ମିତା ସାହୁ ଓ ତାଙ୍କ ସ୍ବାମୀ ସୂର୍ଯ୍ୟକାନ୍ତ ସାହୁ ,ପୂଜା ମଣ୍ଡପରେ ପୂଜାର୍ଚ୍ଚନା ପାଇଁ ଶୋଭାଗ୍ୟ ପାଇ ଧନ୍ୟ ମଣେ କରିଛନ୍ତି। ଅନ୍ୟପଟେ ରାଜେନ୍ଦ୍ର ପଡ଼ା ପୂଜା କମିଟିର ସଭାପତି ଅଶୋକ କୁମାର ରାଉତ ଚଳିତ ବର୍ଷ ସରକାର ସମସ୍ତ ନିର୍ଦେଶନୁଶାରେ ପୂଜା ବିଧି ପାଳନ କରୁଥିବା ସୂଚିତ କରିଛନ୍ତି। ସେପଟେ ମାଁ ଜଗତଜନନୀ ଙ୍କ ଦର୍ଶନ ନ ପାଇ ଭକ୍ତ ଓ ଶ୍ରଧାଳୁ ଭକ୍ତି ରେ ବିଭୋର ହୋଇ ପ୍ରାଥନା କରିଛନ୍ତି ଏହି ମହାମାରୀ ରୁ ସମୂହ ଜନାଦେଶ କୁ ଉଦ୍ଧାର କରିବା ପାଇଁ। ତେବେ ବିନା ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଅନୁପସ୍ଥିତି ରେ ପୂଜା ପାଉଛନ୍ତି ମାଁ ଜଗତଜନନୀ। ଯାହା ଫଳରେ ସବୁ ଦେବ୍ୟ ପୀଠ ଗୁଡିକ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ। ଭକ୍ତି ଭାବରେ ବନ୍ଧା ଭକ୍ତ ଙ୍କ ଏହି ପାର୍ବଣ୍ୟ ପର୍ବ ତଥା ଦଶହରା ହୋଇଉଠିଛି ଉତ୍ସବ ମୁଖର।