-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
30-May-2021
କଣ୍ଟାବାଞ୍ଜି ( ଆନନ୍ଦ ମୋଟେ): ବିଜେପି କୃଷକ ମୋର୍ଚା ପକ୍ଷରୁ ସେବା ହିଁ ସଂଗଠନ ବ୍ୟାନରରେ କଂଟାବାଞ୍ଜି ଡାକ୍ତରଖାନା ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । କୃଷକ ମୋର୍ଚା ରାଜ୍ୟ ସାଧାରଣ ସଂପାଦକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୟରେ ଅନୁଷ୍ଠିତ ଏହି ଶିବିର ରେ ବିଶେଷ କରି ଯୁବକ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ମୋଟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାଯାଇଛି । କରୋନା ସମୟରେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖାଯାଇଥିବା ବେଳେ ବିଜେପି ସେବା ହିଁ ସଂଗଠନରେ ଏହି ଶିବିର ଆୟୋଜିତ ହୋଇଥିବା ଜଣାଯାଇଛି । ବିଜେପି ନେତା ବେଦବ୍ୟାସ ନାଗ, ପ୍ରଦିପ ବାଘା, ସାଂସଦ ତୁରେକେଲା ପ୍ରତିନିଧି ସୁଦର୍ଶନ କଟାର, ଶ୍ରୀବତ୍ସ ବେହେରା, ବିଦେଶି ବେହେରା, ସନ୍ତୋଷ ଅଗ୍ରୱାଲ ସହ ଅନ୍ୟ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିବା ବେଳେ ରକ୍ତ ଭଣ୍ଡାର ଅଫିସର ଡାକ୍ତର ଏସ.ପି.ଡି. ପଣ୍ଡା, ଲ୍ୟାବ ଟେକନିସିଆନ ସୁନିତା ଭୋଇ, କୁନାଲ ଦାସ, ଦୁର୍ଗା ତାଣ୍ଡି, ପ୍ରଶାନ୍ତ ସାହୁ, ଶିବ ସାହୁ, ଗୁରବାରୁ ରଣା ପ୍ରମୁଖ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ ।