-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ନର୍ଲା ସଞ୍ଜୀବ ଦାସ
ପିଆଜ କାଟିଲେ କି ଛେଚିଲେ ଆଖିରୁ ଲୁହ ବାହାରେ । ମାତ୍ର କରୋନା କାଳରେ ଲୋକଙ୍କ ରୋଜଗାର କମିଥିବା ସମୟରେ ପିଆଜ-ରସୁଣ- କିଣିବାକୁ ଯାଉଥିବା ଖାଉଟିଙ୍କ ଆଖିରୁ ଲୁହ ଝରୁଛି । ଏପରିକି ନବରାତ୍ରୀ ସମୟରେ ଉତ୍ତରଭାରତର ଅଧିକାଂଶ ରାଜ୍ୟରେ ପିଆଜ-ରଶୁଣ ଖାଉ ନ ଥିଲେ ମଧ୍ୟ ଏହା ପିଆଜ ଦର ହ୍ରାସ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଏବେ ନର୍ଲ। ବ୍ଲକ ର ବିଭିନ୍ନ ସ୍ଥାନରେ ପିଆଜ ଦର କିଲୋପିଛା 70 ରୁ ,80ଟଙ୍କା, ରଶୁଣ କିଲୋ ପିଛା ୧0୦ରୁ 150 ଟଙ୍କାରେ ବିକ୍ରି କରାଯାଉଛି । ଏହି ସ୍ଥିତିରେ ଦେଶର ବୃହତ୍ତମ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସାଲଗାଓଁରେ ପିଆଜ କ୍ବିଣ୍ଟାଲ ୬୮୦୨ ଟଙ୍କାରେ ପହଞ୍ଚିବା ପରେ ଦୀପାବଳି ବେଳକୁ ପିଆଜ ଦର ୮୦ଟଙ୍କାରୁ ୧୦୦ରେ ପହଞ୍ଚିଯାଇପାରେ ବୋଲି ଆଶଙ୍କା କରାଯାଉଛି ।
ଓଡ଼ିଶାର ଉପଭୋକ୍ତାମାନେ ବାର୍ଷିକ ପ୍ରାୟ ୩ରୁ ୪ ଲକ୍ଷ ଟନ ପିଆଜର ଆବଶ୍ୟକତା ରହିଛି । ସରକାରୀ ପରିସଂଖ୍ୟାନ ଅନୁସାରେ ରାଜ୍ୟରେ ପିଆଜର ଉତ୍ପାଦନ ୪ ଲକ୍ଷ ଟନରୁ ବେଶୀ । ଏହା ସତ୍ବେ ପ୍ରତିବର୍ଷ ଓଡ଼ିଶାର ବ୍ୟବସାୟୀମାନେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ ଲକ୍ଷ ଟନ୍ ପିଆଜ ଆମଦାନୀ କରୁଛନ୍ତି । ଅମଳ ସମୟରେ ପିଆଜର ଅଭାବୀ ବିକ୍ରି, ସଂରକ୍ଷଣ ବ୍ୟବସ୍ଥାର ଅଭାବ ଯୋଗୁଁ ପ୍ରାୟ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ଦର ବୃଦ୍ଧି ଯୋଗୁଁ ଖାଉଟି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କରୋନା ସଙ୍କଟ ଅଧିକାଂଶ ଲୋକଙ୍କ ପକେଟ ଓ ରୋଜଗାର ଉପରେ ଗୁରୁତର ପ୍ରଭାବ ପକାଇଛି । ତା’ ସହିତ ଦର ବୃଦ୍ଧି । ତେଣୁ ପିଆଜ ବିକ୍ରି ମଧ୍ୟ ହ୍ରାସ ପାଇଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି ।