-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ବଲାଙ୍ଗିର(ପ୍ରେରଣା ଖବର): 'ମାନବ ସେବା ହିଁ ମାଧବ ସେବା' l ଏହି ଉକ୍ତି କୁ ଆଜି ପ୍ରମାଣିତ କରିଦେଇଛନ୍ତି ବଲାଙ୍ଗିର ବିଜୁ ଜନତା ଦଳ ର କିଛି ଉତ୍ସାହି ଯୁବକ l ଆଜି ଯୁବ ସଭାପତି ରାଜେନ୍ଦ୍ର ହୋତାଙ୍କ ସୂଚନା ମୁତାବକ ତାମିଲନାଡୁର ଗୋଟେ ଝିଅ ରେଳ ଲାଇନରେ ଚାଲି ଚାଲି ଆସି ବରକାନି ପଞ୍ଚାୟତ ନାରାୟଣପୁର ଠାରେ ଆଙ୍ଗନବାଡି ଦିଦି ଙ୍କ ହେପାଜତରେ ଥିଲା । ସୂଚନା ଅନୁଯାୟୀ ବଜେଡି ଯୁବ ସମ୍ପାଦକ ଗୋବିନ୍ଦ ଶତପଥି , ରାଜ୍ଯ ଛାତ୍ର ସମ୍ପାଦକ ସୁମନ ନନ୍ଦ ଓ ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର ତତ୍ପରତା ଦେଖାଇ ନାରାୟଣପୁରରେ ପହଞ୍ଚି ଆଙ୍ଗନବାଡି ଦିଦି ଓ ଗ୍ରାମବାସୀଙ୍କ ସହଯୋଗରେ ସଦର ପୋଲିସକୁ ଡାକି ସେ ଝିଅକୁ ତାଙ୍କ ଘରକୁ ପଠାଇବାର ବ୍ଯବସ୍ଥା କରିବା ପାଇଁ
ଅନୁରୋଧ କରିଥିଲେ । ସେ ଝିଅ ଏବେ ସୁସ୍ଥ ଅଛି ଏବଂ ସଦର ଥାନା ହେପାଜତରେ ଅଛି ବୋଲି ବିଜୁ ଜନତା ଦଳ ର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ପ୍ରକାଶ । ଜଣେ ଅସହାୟ ଝିଅକୁ ଥଇଥାନ କରିବା ଦିଗରେ ବିଜେଡି ର ଯୁବ କର୍ମକର୍ତ୍ତା ମାନଙ୍କର ମାନବିକତା ପ୍ରଦର୍ଶନ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l