-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କ ରିପୋର୍ଟ): ଭିମ୍ସାର କୋଭିଡ୍ ହସ୍ପିଟାଲରେ ସମ୍ବଲପୁର ମୁଦିପଡ଼ା ନିବାସୀ ଜଣାଶୁଣା ବ୍ୟବସାୟୀ ବିଜୟ କୁମାର ପ୍ରଧାନ (୭୦) ଙ୍କ ଶନିବାର ପରଲୋକ ହୋଇଯାଇଛି। ସେ କିଡ୍ନି ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। କରୋନା ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ତାଙ୍କୁ ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଏଠାରେ ଡାଇଲେସିସ୍ ସୁବିଧା ନଥିବାରୁ ତାଙ୍କୁ ଭିମ୍ସାରକୁ ରେଫର୍ କରାଯାଇଥିଲା। ବିଜୟ ଦେଓଗାଁ, ଲରାସରା, ଧମା ଅଂଚଳରେ ଜନହିତକର କାର୍ଯ୍ୟ କରିଛନ୍ତି। ସେ ତାଙ୍କ ପଛରେ ପତ୍ନୀ ପୁଷ୍ପାରାଣୀ, ଏକମାତ୍ର ପୁଅ ପ୍ରତ୍ୟୁଷ, ଦୁଇ ଝିଅ ବୈଶାଳୀ ଓ ସୋନାଲିଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।