-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
ବଲାଙ୍ଗୀର (ପ୍ରେରଣା ଖବର) ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ସ୍ଵରାଜ ସିଂହଦେଓ(58) ଙ୍କ ଆଜି ସକାଳେ ନିଜ ଓଲ୍ଡ ପେଲେସ୍ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି l ଗତ ଦୁଇ ଦିନ ତଳେ ସ୍ଵରାଜ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ କୋଭିଡ଼ ଟେଷ୍ଟ କରାଯାଇଥିଲା l ତେବେ ଟେଷ୍ଟିଂ ରିପୋର୍ଟ ନେଗେଟିଭ ବାହାରିଥିଲା l ପରେ ତାଙ୍କର ଶରୀର ଅଧିକ ଅସୁସ୍ଥ ହୋଇପଡିଥିଲା l ଆଜି ସକାଳେ ତାଙ୍କ ପାଟିରୁ ରକ୍ତ ବାହାରିଥିଲା l ସେ ଆସତମା ରୋଗରେ ପୀଡିତ ଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ l ସ୍ଵରାଜ ଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ଗୋଟିଏ ଝିଅ ରହିଛନ୍ତି l ସ୍ଵରାଜ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀ ରେ ଏଜେଣ୍ଟ ଭାବେ କରୁଥିଲେ l ସ୍ଵରାଜ ଜନେ ମେଳାପୀ ବ୍ଯକ୍ତି ଭାବରେ ପରିଚିତ ଥିଲେ l ସ୍ୱରାଜଙ୍କ ଅକାଳ ବିୟୋଗରେ ଓଲ୍ଡ ପେଲେସ୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l