-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
10-May-2021
ବଲାଙ୍ଗିର(ପ୍ରେରଣା ଖବର) - ପୁରୁଣା ରାଜବାଟୀ ନିବାସୀ ବସ୍ ମାଲିକ ସ୍ୱରାଜ ସିଂଦେଓ ଙ୍କ ଆଜି ସକାଳ ୪ଘ ୩୦ମି. ରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପରଲୋକ ହୋଇ ଯାଇଛି । ସେ ଜଣେ ଶାନ୍ତିପ୍ରିୟ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଦୀର୍ଘ ବର୍ଷ ଧରି ତାଙ୍କର ବସ୍ କଳାହାଣ୍ଡି ଜିଲ୍ଲା ର ମୋହନଗିରି ରୁ ବରଗଡ଼ ଯିବା ଆସିବା କରୁଥିଲା। ଗତ ରାତିରେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାରେ ଏଡ୍ମିଟ କରାଯାଇଥିଲା । କିନ୍ତୁ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ଜିଲ୍ଲା ଘରୋଇ ବସ ମାଲିକ ସଂଘରେ ଶୋକର ଛାୟା ଖେଳି ଯାଇଛି । ସ୍ୱରାଜଙ୍କ ଭଳି ଜଣେ ଶାନ୍ତିପ୍ରିୟ, ଭଦ୍ର ଓ ଆମାୟିକ ସଭ୍ୟଙ୍କ ବିୟୋଗ ସଂଘ ପାଇଁ ଅପୂରଣୀୟ କ୍ଷତି ବୋଲି ସଭାପତି ହେମନ୍ତ ପଣ୍ଡା କହିଛନ୍ତି । ଖବର ଜାଣିବା ପରେ ଓଡିଶା ରାଜ୍ୟ ଘରୋଇ ବସମାଲିକ ସଂଘ ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ସମେତ ରାଜ୍ୟର ଅନେକ ଆଞ୍ଚଳିକ ବସ ମାଲିକ ସଂଘ ଶୋକ ପ୍ରକାଶ କରିଛନ୍ତି ।