-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
03-May-2021
ଟିଟିଲାଗଡ,(ପ୍ରେରଣା ଖବର ବ୍ୟୁରୋ) : ଖୋଲାଖୋଲି ଭାବେ ନିଜ କ୍ଷମତା ର ଅପବ୍ୟବହାର କରି ଜଣେ ଡ଼ାକ୍ତର ନକଲି ବା ଜାଲ ସାର୍ଟିଫିକେଟ ପ୍ରଦାନ କରିବା ନେଇ ଗତ ୮ ତାରିଖ ଦିନରେ ଏକ ଖବର ପ୍ରକାଶ କରାଯାଇଥିଲା । ସୂଚନାଯୋଗ୍ୟ ଯେ- ବିଭିନ୍ନ ଆବଶ୍ୟକତା ଅନୁଯାୟୀ ସବୁ ବର୍ଗର ଲୋକେ ଡାକ୍ତରୀ ପ୍ରମାଣପତ୍ର ମାନ ନିମନ୍ତେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆସିଥାନ୍ତି । ଏହି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡ଼. ଜିତେନ୍ଦ୍ର ମହାନ୍ତି ଲୋକଙ୍କ ନିକଟ ରୁ ନିଜ ଦାବୀ ମୁତାବକ ମୂଲଚାଲ କରି ଅର୍ଥ ଆଦାୟ କରି ଡ଼ାକ୍ତର ଖାନା ପରିସର ମଧ୍ୟରେ ଥିବା ତାଙ୍କ ସରକାରୀ ବାସ ଭବନ କୁ ଡାକି ନେଇ ଟଙ୍କା ଆଦାୟ କରି ଉକ୍ତ ପ୍ରମାଣପତ୍ର ପ୍ରଦାନ କରିଥାନ୍ତି । ଏପରି କି ଡ୍ରାଇଭିଂ ଲାଇସେନ୍ସ ପରି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଗୁଡିକ ରେ ଦାଖଲ କରିବା ପାଇଁ ସବୁ ବର୍ଗର ଲୋକଙ୍କୁ ପ୍ରମାଣ ପତ୍ର ପ୍ରଦାନ ନେଇ ଡ଼ଃ ଶ୍ରୀ ମହାନ୍ତି ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏପରି କି ସେ ଧନୀ ଗରିବ ସବୁ ଶ୍ରେଣୀ ର ଲୋକଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ ସହ ଅନେକ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ରେ ଉକ୍ତ ଜାଲ ପ୍ରମାଣପତ୍ର ଦାଖଲ କରିବା ପରି ବେଆଇନ କାର୍ଯ୍ୟ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ଏ ନେଇ ପ୍ରେରଣା ରେ ଖବର ପ୍ରକାଶ କରାଯାଇଥିଲା । ପ୍ରେରଣା ରେ ଏହି ଖବର ପ୍ରକାଶ ପାଇଥିବା ବେଳେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସୁପରିଟେଣ୍ଡେନ ଡ଼ଃ ପ୍ରଦୀପ ନାଏକ ଉକ୍ତ ଡ଼ଃ ଶ୍ରୀ ମହାନ୍ତି ଙ୍କୁ ତୁରନ୍ତ ଏହି ପ୍ରମାଣପତ୍ର ପ୍ରଦାନ ନେଇ ସମ୍ପୁର୍ଣ୍ଣ ସ୍ପଷ୍ଟୀକରଣ ପ୍ରଦାନ କରିବା କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏ ନେଇ ଡ଼ଃ ଶ୍ରୀ ମହାନ୍ତି ଓଲଟା ମୋର ଏଇ ସୁପରିଟେଣ୍ଡେନ କଣ କରିବ ତାକୁ ଛାଡିବିନି ପରି ଅପଶବ୍ଦ ପ୍ରକାଶ କରି ମୁଁ ଘରେ ଏହି ଜାଲ ପ୍ରମାଣ ପତ୍ର ଦେଇଆସୁଛି ଏହି ଡ଼ାକ୍ତରଖାନା ରେ ଲାଗିଥିବା ସି ସି ଟିଭିରେ କିଛି ଆସିବନି ବୋଲି ଆମ ନିକଟରେ ପ୍ରକାଶ କରିଛନ୍ତି । ଏହି ବେଖାତିର ମନୋଭାବ ସହ ଚୋର ମୁହଁ ଟାଣ ପରି ମନ୍ତବ୍ୟ ଦେଉଥିବା ଓ ଏହି ବେଆଇନ କାର୍ଯ୍ୟ ସେ ଚାଲୁ ରଖିଥିବା ନେଇ ସବିଶେଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ମୁଖ୍ୟ ଅଧିକାରୀ ଗ୍ରହଣ କରିବା ନିମନ୍ତେ ଦୃଢ଼ ଦାବୀ ପ୍ରକାଶ ପାଇଛି ।