-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
27-Apr-2021
ଟିଟିଲାଗଡ଼(ପ୍ରେରଣା ଖବର): ଟିଟିଲାଗଡ଼ ସହରାଞ୍ଚଳରେ ଦିନକୁ ଦିନ ମାତ୍ରାଧିକ ଭାବେ ବୁଲା ଗାଈଗୋରୁ ଙ୍କ ପ୍ରାଦୁର୍ଭାବ ବଢିଚାଲିଥିବା ନେଇ ସାଧାରଣର ରେ ଅସନ୍ତୋଷ ପ୍ରକାଶ ପାଉଛି । ଟିଟିଲାଗଡ଼ ଥାନା ଅନ୍ତର୍ଗତ ମଏନ ଗାଁ ରୁ ଏକ ହିରୋହଣ୍ଡା ବାଇକ ରେ ନିଜ ଗାଁ କୁ ଦୁଇଜଣ ଯୁବକ ଟିଟିଲାଗଡ଼ ଆସି ଫେରୁଥିବା ବେଳେ ଏକ ବୁଲାକୁକୁର ସାମ୍ନା କୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ, ଦିନ ପ୍ରାୟ ୨ ଘଣ୍ଟା ସମୟରେ ନିଜ ମଏନ ଗାଁ କୁ ଫେରିବା ବେଳେ ଜଗନ୍ନାଥ ତାଣ୍ଡି(ବ-୨୮) ଓ ତାଙ୍କ ସହ ଥିବା ଉମେଶ ବାଗ(ବ-୩୦) ନାମକ ଦୁଇ ଜଣ ଯୁବକ ନିଜ ଗ୍ରାମ କୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେହିପରି ଟିଟିଲାଗଡ଼ ସହରାଞ୍ଚଳରେ ବୁଲାଗାଇ,ଗୋରୁ ଓ କିଛି ପାଗଳ କୁକୁର ଙ୍କ ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ କୁକୁର କାମୁଡ଼ା ରେ ଅନେକ ଆକ୍ରାନ୍ତ ହେବା ଦେଖାଯାଉଛି । ସେହିପରି ସହର ରେ ଷଣ୍ଢ ଲଢେ଼ଇ ସହ ଗାଈ,ଗୋରୁ ଯୋଗୁଁ ଛୋଟ,ବଡ଼ ଦୁର୍ଘଟଣା ମାନ ଘଟିଚାଲିଛି । ପୂର୍ବରୁ ଟିଟିଲାଗଡ଼ ପୌରାଞ୍ଚଳ ତରଫରୁ ବୁଲାଗାଇ ଗୋରୁ ଙ୍କୁ ନେଇ ସ୍ୱତନ୍ତ୍ର ଭାବେ ରଖାଯାଉଥିବା ବେଳେ ୫୦୦/-ପାଞ୍ଚଶହ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଉଥିବା ବେଳେ ଉକ୍ତ ନିୟମ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ସାଧାରଣ ରେ ଦାବୀ କରାଯାଉଛି ।