-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
24-Apr-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଲୋଇସିଂହା ବ୍ଲକ ଶାଖା ତରଫରୁ ଲୋଇସିଂହା ଆଦିବାସୀ ଭବନ ଠାରେ ଆଦିବାସୀ ସଂଘର ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜକିଶୋର ସିଂ ଭୋଇ,ସୁବର୍ଣ୍ଣପୁର ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହା ସଭାପତି ସ୍ୱର୍ଗତ ଜଗନ୍ନାଥ ଧରୁଆ, ବିନିକା ରେଞ୍ଜର ସ୍ୱର୍ଗତ ପ୍ରେମରାଜ ଧରୁଆ ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ରାଜ୍ୟ ଉପସଭାପତି ବିନୋଦ ବିହାରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ତିନି ଜଣ ଆମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସ୍ମୃତିଚାରଣ କରାଯାଇଥିଲା ଏହି ଶୋକସଭାରେ ଅଖିଳ ଭାରତୀୟ ଗୋଣ୍ଡୱାନା ମହାସଭା ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ,ଜିଲ୍ଲା ଛାତ୍ର ସଂଘ ସଭାପତି ଲଳିତ ମୋହନ ପୁଟା, ଜିଲ୍ଲା ଉପ ସଭାପତି ଚନ୍ଦ୍ର ଶେଖର କୁଅଁର, ଜିଲ୍ଲା ଛାତ୍ର ସଂଘ ଉପଦେଷ୍ଟା ରୁକ୍ମଣ ଧରୁଆ, ଭୁବନେଶ୍ୱର ଧରୁଆ, ଲୋଇସିଂହା ଆଦିବାସୀ ସଂଘ ସଭାପତି କାହ୍ନୁ ଚରଣ ପଧାନ, ଗୋପାଳ ପଧାନ, ନେପାଳ ବର୍ଗେ,କୁମର ସଲତର ପ୍ରମୁଖ ଉପସ୍ଥିତ ଥିଲେ ।