-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Apr-2021
କୋଦଳା(ଉମା ମହାରଣା): ରବିବାର ବେଗୁନିଆପଡା ସ୍ଥିତ ମା ମଙ୍ଗଳା କମ୍ୟୁନିଟି ହଲ ଠାରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ଓ ସାଧାରଣ ସମ୍ପାଦକ ଅମର ଯୁମର ପ୍ରତାପ ସିଂ ଅଧ୍ୟକ୍ଷତାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଯୋଗଦେବା ସହ ମହାସଙ୍ଘ ର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାହସମ୍ପାଦକ ପ୍ରିୟବ୍ରତ ନାୟକ, ସାଧାରଣ ସମ୍ପାଦକ ଅମର ଜୁମର ପ୍ରତାପ ସିଂ, ଉପଦେଷ୍ଟା ଦୁର୍ଗାମାଧ ଆଛାଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ସମସ୍ତ କର୍ମଚାରୀ ମାନଙ୍କୁ କର୍ମଚାରୀ ହିସାବରେ ସମସ୍ତ ସୁରକ୍ଷା ନିୟମକୁ ସଠିକ ଭାବେ ପାଳନ କରି ନିଜର କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ। ଜଣେ କର୍ମଚାରୀ ଭବିଷ୍ୟତରେ ରୋଜଗାର ସୁନିଶ୍ଚିତ କରିବା ସହ ନିଜ ପରିବାରର ଭରଣ ପୋଷଣ କରିପାରିବ ସେ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏଥିସହ ଟାଟା ପାୱାର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଯେପରି ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ସେବା ମିଳିପାରିବ ଓ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଥଇଥାନ କରାଯାଇପାରିବ ସେ ଉପରେ ମହାସଂଘ ପ୍ରସ୍ତାଵ ରଖିଥିଲେ।