-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

କରୋନା ସ୍ଥିତି ଅସମ୍ଭାଳ: ଶ୍ମଶାନରେ ଲମ୍ବା ଲାଇନ୍‌, ଶୀଘ୍ର ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

11-Apr-2021



ସୁରଟ(ପ୍ରେରଣା ଖବର ବ୍ୟୁରୋ) : କରୋନା ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ସୁରଟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିବା ବେଳେ ଶବ ସତ୍କାର ପାଇଁ ଜାଗା କମ୍‌ ପଡ଼ୁଥିବା ଅଭିଯୋଗ ହେଉଛି। ଏପରିକି ଶ୍ମଶାନରେ ଭିଡ଼ି ଜମୁଥିବା ଦେଖିବାକୁ ମିଳୁଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଶୀଘ୍ର ଶବଦାହ ପାଇଁ ଲୋକେ ଟଙ୍କା ଦେଉଛନ୍ତି। ଟଙ୍କା ଦେଇ ଶୀଘ୍ର ଶବଦାହ କରାଇ ଲୋକେ କାମ ସାରିବାକୁ ତତ୍ପରତା ପ୍ରକାଶ କରୁଥିବା ନେଇ ଖବର ମିଳିଛି।

ଗୁଜୁରାଟରେ ସବୁଠୁ ଅଧିକ ସଂକ୍ରମଣ ସୁରଟର ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା ପରେ ୧୨ ଜଣିଆ କେନ୍ଦ୍ରୀୟ ଟିମ୍‌ ସୁରଟ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ସୁରଟ ସହରର ବରାଛା ଅଞ୍ଚଳରେ ଥିବା ଅଶ୍ବିନିକୁମାର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ପାଇଁ ଟୋକନ ନେବାକୁ ପଡ଼ୁଛି। ଟୋକନ ନେବା ପରେ ଲୋକେ ନିଜ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଟୋକନ ବ୍ୟବସ୍ଥା ଥିବା ସତ୍ବେ କିଛି ଲୋକ ଲାଞ୍ଚ ନେଇ ଅନ୍ତିମ ସଂସ୍କାର କରାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଜଣେ ସାମାଜିକ କର୍ମୀ ନିଜର ପରିଜନଙ୍କ ଅନ୍ତିମ ସଂସ୍କାର କରାଇବା ପାଇଁ ସେଠାକୁ ଯାଇଥିଲେ। ସେଠରେ ସେ ଦେଖିଲେ କିଛି ଲୋକ ଟୋକନ ନେଇ ଶବଦାହ କରିବାକୁ ଅପେକ୍ଷା କରିଥିଲେ। କିନ୍ତୁ ଗୋଟିଏ ପରିବାର ବିନା ଟୋକନ​‌ରେ ସେଠାରେ ଥିଲେ। ସେଠାକର କିଛି କର୍ମଚାରୀ ଜଲଦି ଅନ୍ତିମ ସଂସ୍କାର କରାଇଦେବା ନାଁରେ ଲୋକଙ୍କ ପାଖରୁ ଲାଞ୍ଚ ନେଉଥିବା ନେଇ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି। ୧୫୦୦- ୨୦୦୦ ଟଙ୍କା ଦେଇଦେଲେ ଲୋକଙ୍କୁ ଆଉ ଟୋକନ ନେବାକୁ ପଡ଼ୁନାହିଁ ସେମାନେ ନିଜ କାମ ସାରି ଫେରିଯାଉଥିବା ମଧ୍ୟ ସେ କହିଛନ୍ତି।

କରୋନା ସଂକ୍ରମଣ ଯୋଗୁ ସୁରଟରେ ସ୍ଥିତି ବିଗିଡ଼ିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଶ୍ମଶାନରେ ଏକାସଙ୍ଗେ ୨୫ ଶବ ଦାହ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନ ଯୋଜନା କରୁଥିବା ଜଣାପଡ଼ିଛି। କରୋନା ଏବଂ ଅଣ କରୋନା ମୃତକଙ୍କ ଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ୍‌ ଲାଗୁଛି। ଶନିବାର ରାତିରେ ୨୦ ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଅପେକ୍ଷା ସୁରଟରେ ୨୦୨୧ରେ ସ୍ଥିତି ଅଧିକ ଅସମ୍ଭାଳ ହୋଇପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like