-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
11-Apr-2021
ଭୁବନେଶ୍ୱର (ଶୁଭାଶିଷ ନାୟକ)ଆପୋଲୋ ହସ୍ପିଟାଲରେ ଏକକାଳୀନ ତିନୋଟି ରୋଗୀଙ୍କଠାରେ ବିରଳ ଚିକିତ୍ସା କରାଯାଇଛିା ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡ ସୁଶାନ୍ତ କୁମାର ସେଠୀ, ହୃଦ ବକ୍ଷ ଓ ଶଲ୍ୟ ବିଶେଷଜ୍ଞ ଡ ଦେବାଶିଷ ନାୟକ, କର୍ଣ୍ଣ ନାସା ଗଳା ବିଶେଷଜ୍ଞ ଡ ସୂର୍ଯ୍ୟକାନ୍ତ ପ୍ରଧାନ ମିଳିତ ଭାବେ ଏଣ୍ଡୋସ୍କୋପି ଏବଂ ସର୍ଜରୀ ଦ୍ୱାରା ଏହି ସଫଳ ଚିକିତ୍ସା କରିଛନ୍ତିା
ଆପୋଲୋ ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ ଯେ, କୋଭିଡ ସମୟରେ ଏହି ତିନୋଟି ରୋଗୀ ପୃଥକ୍ ପୃଥକ୍ ସମସ୍ୟା ନେଇ ଆପୋଲୋ ହସ୍ପିଟାଲକୁ ଆସିଥିଲୋ ଜଣେ ବ୍ୟକ୍ତିର ମାଂସ କଣ୍ଟା (ଚିକେନ୍ ବୋନ) ଯୋଗୁଁ ଖାଦ୍ୟନଳୀ କଣା ହୋଇ ଫୁସଫୁସର ସଂକ୍ରମଣ ସହିତ ଶ୍ୱାସକ୍ରିୟାରେ କଷ୍ଟ ହୋଇ ମରଣାପନ୍ନ ଅବସ୍ଥାରେ ଥିଲେ ଏବଂ ତିନୋଟି ଅନ୍ୟ ହସ୍ପିଟାଲରେ ଚିକିତ୍ସା କରିସାରିଥିଲେ । ଡଃ ସୁଶାନ୍ତ କୁମାର ସେଠୀ ତାଙ୍କ ରୋଗ ନିରୂପଣ ପୂର୍ବକ ଏଣ୍ଡୋସ୍କୋପି ପଦ୍ଧତିରେ ଖାଦ୍ୟନଳୀକୁ ବନ୍ଦ କରିଥିଲେ ଏବଂ ଡଃ ଦେବାଶିଷ ନାୟକ ତାଙ୍କ ଫୁସଫୁସରେ ଅସ୍ତ୍ରୋପଚାର କରିଥିଲୋ ଦୁଇମାସର ଚିକିତ୍ସା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।