-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
11-Apr-2021
ଗଞ୍ଜାମ (ଉମା ମହାରଣା): ଗଂଜାମ ଅ।ସିକା ଚିନିଶିଳ୍ପରେ ବଢିଲା ଶ୍ରମିକ ଅଶାନ୍ତି । ଏହି ଶିଳ୍ପ ର ବାଟଲିଂ ପ୍ଲାଣ୍ଟ ରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମାରୁ ଇପିଏଫ ଟଙ୍କା କାଟିବା ଦାବିନେଇ ଶତାଧିକ ଶ୍ରମିକ ମାନେ ଆଜି ଦିନ ତମାମ ଚିନିଶିଳ୍ପ ଗେଟ ସାମ୍ନାରେ ଧାରଣାରେ ବସିରହିଥିବା ବେଳେ ଏହାର କୌଣସି ସମାଧାନ ର ବାଟ ବାହାରି ପାରିନଥିଲା l ଶେଷରେ ଚିନିଶିଳ୍ପ କର୍ତ୍ତୃପକ୍ଷ ଓ ଶ୍ରମିକ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା ଓ ଢେଲା ମାଡ଼ାହୋଇ କର୍ତ୍ତୃପକ୍ଷଙ୍କ ଗାଡି ଭଙ୍ଗା ରୁଜା ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଭିଡକୁ ଏଡାଇବାକୁ ଯାଇ ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ଲାଠି ମାଡ ହୋଇଥିବା ଅଭିଯୋଗ ଅ।ଣିଲେ ଶ୍ରମିକ । ଲାଠି ମାଡ଼ରେ 2 ଶ୍ରମିକ ଚିକିତ୍ସା ନିମନ୍ତେ ଆସିକା ଚିକତ୍ସାଳୟ ରେ ଭର୍ତି ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ 7 ଜଣ ଶ୍ରମିକ ଅଟକ ଥିବା ଆସିକା ଥାନା ଅଧିକାରୀଙ୍କ ସୂଚନା l