-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)- ସମ୍ବଲପୁର ଜେଲ ଛକ ବୋର୍ଡ ଅଫିସ ପଛଆଡେ ଥିବା ସମ୍ବଲପୁରୀ ଭାଷା ସାହିତ୍ୟ ର ଜନକ ଗୁରୁ ସତ୍ୟନାରାୟଣ ବହିଦାର ସ୍ମ୍ରତି ଉଦ୍ୟାନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗୁଟେ ସଫେଇ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା l ସୂଚନା ଅନୁସାରେ ଇ ପାର୍କ ୭୨ ଲକ୍ଷ ଟଙ୍କା ବ୍ୟୟବରାଦ ରେ ହେଇଥିଲା କିନ୍ତୁ ରକ୍ଷଣା ବେକ୍ଷଣା ଅଭାବ ଲାଗି ଇଛେନ ପୁରା ଜରାଜୀର୍ଣ୍ଣ ଅବସ୍ଥା ଥି ପଡ଼ିଛେ ଇ ପାର୍କ l ହେତିର ଲାଗି ଆଜି ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ପାର୍କରେ ସଫେଇ ଅଭିଯାନ କରାଯାଇଥିଲା ତାରସାଂଗେ ଅନୁଷ୍ଠାନ ତରଫରୁ ପାର୍କର ପୁନର ଉଦ୍ଧାର ଲାଗି ମହାନଗର ନିଗମ କେ ଦାବୀ କରାଯାଇଥିଲା ଇ କାର୍ଯକ୍ରମ ରେ ସମ୍ବଲପୁର ମହାନଗର ନିଗମର ବି ସହଯୋଗ ରହିଥିଲା ଅନୁଷ୍ଠାନ ତରଫରୁ ଆବାହକ ଭବାନି ଶଙ୍କର ଭୋଇ,ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି,ସନ୍ତୋଷ ବଢେଇ,ସୁଦାମ ମେହେର,ସୁବୋଧ କୁମାର ଦୋରା,କାନ୍ତି ମେହର,ପଙ୍କଜିନୀ ମେହେର,ଅମିତାଭ ମାଝୀ,ଆଭାସ ପଣ୍ଡା,ରାହୁଲ ଗୁପ୍ତା,ନିଶି କାନ୍ତ ବିଶ୍ବାଳ,ରାଜେଷ ସ୍ବାଇଁ,ସବ୍ଯସାଚି ମିଶ୍ର ଦେବାଶିଷ ବେହେରା ପ୍ରମୁଖ ସାମିଲ ଥିଲେ l