-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
04-Apr-2021
ବୌଦ୍ଧ(ଶ୍ରୀବନ୍ତ ମେହେର)ତା୪/୪,ଭାରତ ସରକାରଙ୍କର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଭଲ କାମ କରିବା ସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଦେଇଥିବା ଆଧାରରେ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁ ମନୋନୀତ କରିଥିବା ଜଣାପଡିଛି l ଏ ତାଲିକାରେ ଓଡିଶାର ୬ଟି ବ୍ଲକ୍ ଓ ସମ୍ବଲପୁର ଜିଲ୍ଲା ରହିଛି | ପୁରସ୍କାର ରାଶି ସିଧା ସଳଖ ୪ତାରିଖରେ ଜମାରେ ପହଞ୍ଚିବ ବୋଲି ଜଣାପଡିଛି l କଣ୍ଟାମାଳ ବ୍ଲକ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଥିବାରୁ ବିଡିଓ ଓ ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l