-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ମାଲକାନଗିରି, ଆସିଲା ମାଲକାନଗିରି ସହରର ସେରୋ ସର୍ଭେ ରିପୋର୍ଟ । ୫୦ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟି ବୋଡି ତିଆରି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ମାଲକାନଗିରି ପୌର ପରିଷଦରେ ମୋଟ ୧୬୧୩ଜଣ ଲୋକଙ୍କ ରକ୍ତ ନମୁନା ସେରୋ ସର୍ଭେ ପାଇଁ ସଂଗ୍ରହ କରାଯାଇଥିଲା । ଯାହା ମଧ୍ୟରେ ୧୦୧୮ସାଧାରଣ ନାଗରିକ ଥିବା ବେଳେ ୫୯୫ ଥିଲେ କରୋନା ଯୋଦ୍ଧା ଥିଲେ। ତେବେ RMRC ତରଫରୁ ରିପୋର୍ଟ ଆସିବା ପରେ ଜିଲ୍ଲାପାଳ ମନିଷ ଅଗ୍ରୱାଲ ୫୦ ପ୍ରତିଶତ ଲୋକଙ୍କ ଭିତରେ ଆଣ୍ଟି ବୋଡି ତିଆରି ହୋଇଥିବା ସୂଚନା ଦେଇଛନ୍ତି । ଏଥିସହ ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦେଇଛନ୍ତି!!