-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
27-Mar-2021
ବୌଦ୍ଧ(ଶ୍ରୀବନ୍ତ ମେହେର)୨୬୵୩ ପରୀ ଚାରିଟେବୁଲ ଟ୍ରଷ୍ଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ମିଳିତ ଉଦ୍ୟମ ରେ ଆଜି ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ଯୋଗଦେଇ ଥିବା ବେଳେ ଆଡେଣୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସଂଜୀବ ବରାଳ ପରୀ ସଦସ୍ଯ ତଥା ଫ୍ରେଣ୍ଡସିଫ୍ କ୍ଲବ୍ ପ୍ରତିଷ୍ଠାତା ଶ୍ରୀ ତୋଫାନ ପରିଡ଼ା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ଏଥିରେ ୯୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।ତନ୍ମଧ୍ୟ ରୁ ୨୪ ଜଣଙ୍କର ମାଗଣା ଚକ୍ଷୁ ଅପରେସନ ପାଇଁ ପଣ୍ଡାପାଲି ଚିକିତ୍ସାଳୟକୁ ବସ ଯୋଗେ ପଠାଯାଇଅଛି।ପରୀ ପରିବାର ଦ୍ବାରା କିଛି ରୋଗୀଙ୍କୁ ସୁଲଭମୂଲ୍ୟରେ ଚଷମା ମଧ୍ୟ ପ୍ରଦାନ କରାଗଲା ।ଏହି ଶିବିର ରେ ଟେକେନିସିଆନ ସୁଜିତ ଥପା ଓ ତାଙ୍କ ଟିମ୍ ସହ ପରୀ ପରିବାର ର ସଭାପତି ବିଶ୍ୱଜିତ ମିଶ୍ର, ନିଳାଚଂଳ ପ୍ରଧାନ ଅଂଶୁମାନ ହୋତା, କଲ୍ୟାଣ ମହାପାତ୍ର ଙ୍କ ସମେତ ପରୀ ପରିବାର ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ । ଶେଷରେ ସମ୍ୟକ୍ ନାୟକ ଧନ୍ୟବାଦ୍ ଦେଇଥିଲେ |