-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
26-Mar-2021
ଉଲୁଣ୍ଡା(Goura Chandra Parichha) ଉଲୁଣ୍ଡା ବ୍ଲକ ଅମୁର୍ଡା ଗ୍ରାମରେ ଏକ ପାଲଗଦାରେ ନିଆଁ ଲାଗି ଛାରଖାର ହୋଇଯାଇଛି । ସୂଚନା ଅନୁସାରେ କମ୍ଭୁପାଣି ପାତ୍ର ଗୋଖାଦ୍ୟ ପାଇଁ ପାଳକୁ ଭାଡି କରି ରଖିଥିଲେ । ଦିନ ପ୍ରାୟ ୧୧ଟା ସମୟରେ ଭାଡିରେ ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଭାବରେ ଲାଗିଥିଲା ଯେ ଗ୍ରାମବାସୀ ଆୟତ କରିପାରିନଥିଲେ । ଖବର ପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଂଚି ଦିର୍ଘ ତିନି ଘଂଟା ଧରି ପ୍ରଚେଷ୍ଟା କଲାପରେ ନିଆଁକୁ ଆୟତ କରିବାରେ ସଫଲ ହୋଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ଜଲି ଯାଇ ଛାରଖାର ହୋଇଯାଇଥିଲା ।