-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
26-Mar-2021
ବୌଦ୍ଧ(ଶ୍ରୀବନ୍ତ ମେହେର) : ଏଟିଏମ କାର୍ଡ ସାହଯ୍ୟରେ ଅଭିନବ କୌଶଳରେ ବିଭିନ୍ନ ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ହରିଲୁଟ୍ କରୁଥିବା ଦୁଇ ଜଣ ଉତ୍ତର ପ୍ରଦେଶ ଗ୍ୟାଙ୍ଗର ଠକଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏମାନେ ବୌଦ୍ଧ ସହରରୁ ୩୦ ହଜାର ଟଙ୍କା ସଂଗ୍ରହ କରିବା ପରେ ପୁଣିଥରେ ବୁଧବାର ଦିନ ବୁଟୁପାଲି ସ୍ଥିତ ଷ୍ଟେଟ୍ବ୍ୟାଙ୍କ ଏଟିଏମ୍ରୁ ପୁନର୍ବାର ଟଙ୍କା ଉଠାଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କର ସନ୍ଦେହ ଜନକ ଗତିବିଧି ଲକ୍ଷ୍ୟକରି ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସର ଜିମା ଦେଇଥିଲେ।ଏହି ଅନ୍ତରାଜ୍ୟ ଲୁଟେରାଙ୍କ ଚେର ଦେଶର ଅନ୍ୟାନ୍ୟ ରାଜ୍ୟ ପର୍ଯ୍ୟନ୍ତ ଲମ୍ଭିଛି।ଏହିଭଳି ଭାବେ ଏଟିଏମ ରୁ ଅର୍ଥ ହରିଲୁଟ କରୁଥିବା ଠକେଇ ଗ୍ୟାଙ୍ଗର ଦୁଇଜଣ ଯୁବକଙ୍କୁ ବୌଦ୍ଧ ଆଦର୍ଶ ଥାନା ପୁଲିସ ଗୁରୁବାର ଦିନ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ କାନପୁରର ବିକାଶ ସିଂହ ଓ ଗୌରବ ସିଂହ । ସେମାନଙ୍କୁ ଠାରୁ ୧୨ ଟି ଏଟିଏମ୍ କାର୍ଡ ଓ କିଛି ଟଙ୍କା ଜବତ କରାଯାଇଛି ବୋଲି ଥାନା ଅଧିକାରୀ ତପସ୍ୱିନୀ କହଁର କହିଛନ୍ତି ।