-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Mar-2021
ଯାଜପୁର(ପ୍ରେରଣା ଖବର ବ୍ୟୁରୋ): ସାମାନ୍ୟ କଥାକୁ ନେଇ ଗୋଷ୍ଠୀ କନ୍ଦଳ । ମାର୍ପିଟ୍ରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ଯାଜପୁର ଟାଉନ୍ ଥାନା ବଲଭିଘାଟ ଛକ ନିକଟରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଭୋଜି ଖାଇବାକୁ ନେଇ ୨ ସାହି ମଧ୍ୟରେ କଥାକଟି ହୋଇଥିଲା । ଦେଖୁ ଦେଖୁ ଉଭୟଙ୍କ ମଧ୍ୟରେ ହୋଇଥିବା କଥାକଟି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଯାଇଥିଲା । ଏପିରିକି କି ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ମାର୍ପିଟ୍ରେ ସାନବଜାର ଅଞ୍ଚଳ ଅନେକ ଦୋକାନ ଭଙ୍ଗାରୁଜା ହୋଇଛି । ଗାଁରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେବି ଗାଁରେ ଉତ୍ତେଜନା ଲାଗି ରହିଛି ।