-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
କଣ୍ଟାବାଞ୍ଜି,(ପ୍ରେରଣା ଖବର ବ୍ୟୁରୋ) : ମୟୂରଭଞ୍ଜ ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦିନ ଦ୍ୱିପହରରେ ଏକ ବାଇକ ରୁ ୬୩ ହଜାର ଟଂକା ଚୋରି ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ଚୋରି ହୋଇଥିବା ସମୟର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ଦେଖାଯାଇଛି ।
ସୂଚନାନୁସାରେ, ମୁରିବାହାଲ ଥାନା ବ୍ରାହ୍ମଣୀ ଗାଁର ସନାତନ ପ୍ରଧାନ ଧାନ ବିକ୍ର କରିଥିବା ଟଙ୍କା କଣ୍ଟାବାଞ୍ଜି ଏସବିଆର ମୁଖ୍ୟ ଶାଖାରୁ ୬୩ ହଜାର ଟଙ୍କା ଉଠାଇଥିଲେ । ଏହାପରେ ଟଙ୍କାକୁ ନିଜ ବାଇକ ଡିକିରେ ଭରି ଘର ଅଭିମୁଖେ ବାହାରିଥିଲେ । ତେବେ ସେ କଣ୍ଟାବାଞ୍ଜିର ଏକ ହୋଟେଲ ବାହାରେ ବାଇକ ରଖି ହୋଟେଲ ଭିତରକୁ ପାଣି ପିଇବାକୁ ପସିଥିଲେ ।
ପାଣି ପିଇ ସାରିବା ପରେ ହୋଟେଲ ସମ୍ମୁଖରେ ଥିବା ଏକ ଚା ଦୋକାନକୁ ଯାଇଥିଲେ । ତେବେ ପୁର୍ବରୁ ଜଣେ ଚୋର ବାଇକ ପାଖରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଡିକି ଖୋଲି ଟଙ୍କା ଭର୍ତ୍ତି ବ୍ୟାଗ ଧରି ସହଯୋଗୀର ବାଇକରେ ବସି ଫେରାର ହୋଇଯାଇଥିଲା । ତେବେ ଏହି ସବୁ ଭିଜୁଆଲ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଲିଛି । କଣ୍ଟାବାଞ୍ଜି ପୋଲିସ ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ ପୋଲିସର କୌଣସି ପ୍ରତିକ୍ରିୟା ମିଲି ପାରିନାହିଁ ।