-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

ମେଡିକାଲକଲେଜ ହସପିଟାଲ ଗଣ୍ଡଗୋଳ ଘଟଣା... ଜେଲରେ ପରିବାରବର୍ଗ,୩ଦିନ ହେଲା ମର୍ଗରରେ ପଡିରହିଛି ଶବ- ମିଟୁର ମୃତ୍ୟୁ ଓ ହସପିଟାଲରେ ଲାଠିଚାର୍ଜ ଘଟଣାର ହେଉ ମାନବାଧିକାର କମିଶନ ତଦନ୍ତ

11-Mar-2021



ବଲାଙ୍ଗିର,(ପ୍ରେରଣା ଖବର ବ୍ୟୁରୋ): ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଗତ ମାର୍ଚ୍ଚ ୮ ତାରିଖ ସୋମବାର ଦିନ ପୁଇଁତଳା ଥାନା ଭୁର୍ସିପାଲି ଗାଁର ସୁମନ୍ତ ବେହେରା(ମିଟୁ)ର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଦିନ ଭୁର୍ସିପାଲି ଗାଁର ଉକ୍ତ ଯୁବକର ମୃତ୍ୟୁପରେ ହସପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାର ଖବର ପାଇ ଆଇଆଇସି ସଂଗ୍ରାମକେଶରୀ ପଟ୍ଟନାୟକ ସଦଳବଳେ ପହଞ୍ଚିଥିଲେ । ହସପିଟାଲ ପରିସରରେ ବଚସା ବଢିଥିଲା । କିନ୍ତୁ ଏହି ବଚସାରୁ ଗଣ୍ଡଗୋଳ ବଢିଥିଲା । ପୋଲିସ ଉକ୍ତ ଉତ୍ତେଜନାକୁ ପ୍ରଶମିତ କରିନପାରି ଶେଷରେ ନିଜେ ଉତ୍ତେଜିତ ହୋଇ ଲାଠିଚାର୍ଜ କରିଥିଲା । ହସପିଟାଲ ପରିସର ଏକ ଜିରୋ ଟଲରେନ୍ସ ଅଞ୍ଚଳ ଭାବରେ ପରିଗଣିତ ହୋଇଥାଏ । ଏଠାରେ ଲୋକଙ୍କୁ କୌଣସି ପ୍ରକାରେ ପୋଲିସ ହ୍ୟାଣ୍ଡେଲ କରିବା କଥା । କିନ୍ତୁ ସାମାନ୍ୟ ଉତ୍ତେଜନାରୁ ପୋଲିସ ନିଜେ ଉତ୍ୟକ୍ତହୋଇ ଜିରୋଟଲରେନ୍ସ ଏରିଆରେ ଲାଠିଚାର୍ଜ କରିପକାଇଲା । କିଛି ସମୟ ହସପିଟାଲ ଛିନଭିନ ହୋଇଗଲା । ଏହି ଲାଠିଚାର୍ଜରେ ଜଣେ ବ୍ୟକ୍ତିର ବାମହାତ ଭାଙ୍ଗିଯାଇଛି ଓ ସେ ହସପିଟାଲରେ ଚିକିତ୍ସିତ ହେବାକୁ ପଡିଛି । ଏପରିକି କିଛି ଉତ୍ୟକ୍ତ ମହିଳାଙ୍କୁ ମହିଳା ପୋଲିସ ବଦଳରେ ପୁରୁଷ ପୋଲିସ ଜବରଦସ୍ତ ଠେଲାପେଲା କରୁଥିବା ଦେଖାଯାଇଥିଲା । ଯାହାର ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ଘୁରିବୁଲୁଛି । ହସପିଟାଲରେ ଭଙ୍ଗାରୁଜା ଓ ମାରପିଟ କରିଥିବା ଅଭିଯୋଗରେ ମୃତକର ପରିବାରର ସଦସ୍ୟମାନଙ୍କ ସହିତ ଆଉ କିଛି ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ମୃତକର ପରିବାରର ସମସ୍ତେ ଜେଲରେ ଥିବା ବେଳେ ଏବେ ଶବକୁ ନେବାକୁ କେହି ନାହାଁନ୍ତି । ଫଳରେ ସୁମନ୍ତ(ମିଟୁ)ର ଶବ ଗତର ୩ଦିନ ହେଲା ମର୍ଗରରେ ପଡିରହିଛି । ଶବ ଏବେ ନ୍ୟାୟ ମାଗୁଛି । ସୁମନ୍ତ ବଞ୍ଚିଥିବା ବେଳେ ଉଚିତ ଚିକିତ୍ସା ତଥା ରକ୍ତ ଅଭାବରୁ ମରିଯାଇଥିବା ଅଭିଯୋଗ ହେଉଥିବା ବେଳେ ଏବେ ମଲାପରେ ୩ଦିନ ହେଲା ପଡି ନ୍ୟାୟ ମାଗୁଛି । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି । ଭୁର୍ସିପାଲିର ୧୦ଜଣଙ୍କ ନାମରେ ସଂଗୀନ ଦଫାଲଗାଇ ପୋଲିସ  ଜେଲକୁ ପଠାଇଦେଇଛି । କିନ୍ତୁ ସେପଟେ ଭୁର୍ସିପାଲିର ଗ୍ରାମବାସୀ ଦେଇଥିବା ଅଭିଯୋଗ ଉପରେ କୌଣସି ତଦନ୍ତ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି । 
       ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହେବା ଦିନରୁ ଲୋକଙ୍କ ଆଶା ଓ ଆକାଂକ୍ଷା ବଢିଯାଇଛି । କିନ୍ତୁ ଡିଏଚ୍‌ଏଚ୍ ଥିବା ବେଳେ ଲୋକେ ଯେଭଳି ସୁବିଧା ଓ ସୁଯୋଗ ପାଉଥିଲେ ଆଉ ସେଭଳି ମିଳୁନଥିବା ଅଭିଯୋଗ ଉଠୁଛି । କେତେକ ନର୍ସମାନେ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ତଥା ଡାକ୍ତରମାନେ ଠିକ ସମୟରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଉନଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାକୁ ନେଇ ହସପିଟାଲରେ ବାରମ୍ବାର ଉତ୍ତେଜନା ପ୍ରକାଶ ପାଉଛି । ଗତ କିଛିମାସ ତଳେ କୋଭିଡ ସେଣ୍ଟରରେ ଜଣେ ରୋଗୀକୁ କୌଣସି ଡାକ୍ତର ନଛୁଇଁବା ତଥା ଠିକରେ ଚିକିତ୍ସା ନକରିବାକୁ ବିଷ୍ଣୁମୁଣ୍ଡାର ଜଣେ ଯୁବକର ମୃତ୍ୟୁକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣାରେ ବିଷ୍ଣୁମୁଣ୍ଡାର କିଛି ଯୁବକଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଏନଏସଏ ମାମଲା ରୁଜୁ କରି ଜେଲକୁ ପଠାଇଦେଇଛନ୍ତି । ସେମାନେ ଏବେ ଜେଲରେ ଅଛନ୍ତି । କିନ୍ତୁ ସେହି ସମୟରେ ହୋଇଥିବା ଚିକିତ୍ସା ଅବହେଳାକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ତଦନ୍ତ କରାଗଲା ନାହିଁ । ଯାହାକୁ ନେଇ ଅନେକ ସାଧାରଣଜନତା ପ୍ରଶ୍ନ ଉଠାଉଛନ୍ତି । ଯେ କେହି ମଧ୍ୟ ଡାକ୍ତର କିମ୍ବା ହସପିଟାଲରେ ଗଣ୍ଡଗୋଳ କରିବା କେବେ ମଧ୍ୟ ନ୍ୟାୟ ସଂଗତ ନୁହେଁ । ଗଣ୍ଡଗୋଳକାରୀଙ୍କୁ କେହି ମଧ୍ୟ ସମର୍ଥନ କରିବେ ନାହିଁ । କିନ୍ତୁ ସେପଟେ ଡାକ୍ତରଖାନାରେ ସେବା କରିବା ପାଇଁ ଲକ୍ଷାଧିକ ଟଙ୍କାର ଦରମା ସହିତ ଆହୁରି ଅନେକ ସୁବିଧା ସୁଯୋଗ ହାତଉଥିବା ଡାକ୍ତର ଓ କର୍ମଚାରୀଙ୍କର ମଧ୍ୟ ଦାୟୀତ୍ୱବୋଧ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ସୋମବାରର ଏହି ଘଟଣାରେ ସୁମନ୍ତ(ମିଟୁ)ର ମୃତ୍ୟୁ ଓ ହସପିଟାଲ ପରିସରରେ ଲାଠିଚାର୍ଜ ଘଟଣାର ଏକ ମାନବାଧିକାର କମିଶନ ସ୍ତରୀୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଭୁର୍ସିପାଲି ଗ୍ରାମବାସୀ ତଥା ଜନସାଧାରଣରେ ଦାବି ହେଉଛି ।

ରାଜନେତା ଓ ବୁଦ୍ଧିଜୀବୀ ଙ୍କ ନୀରବତା ପଛର ରହସ୍ୟ କଣ?


ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ବାରମ୍ବାର ଚିକିତ୍ସା ଅବହେଳା ଅଭିଯୋଗ ହୋଇ ଗଣ୍ଡଗୋଳ ହେଉଛି । ଅନେକ ଗରୀବଲୋକ ଉଚିତ ଚିକିତ୍ସାସେବା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୁଏ । କିନ୍ତୁ ଏତେ ସବୁ ଘଟଣା ପରେ ମଧ୍ୟ ଜିଳ୍ଲାର ରାଜନେତାଗଣ ଓ ବୁଦ୍ଧିଜୀବିଙ୍କ ନୀରବତା ନେଇ ଉଠୁଛି ପ୍ରଶ୍ନ । ଅନେକ ସମୟରେ ରାଜନେତାଗଣ ହସପିଟାଲକୁ ଗସ୍ତକରି ପରିଦର୍ଶନ କରିବାର ଖବରକାଗଜରେ ପୃଷ୍ଠା ମ୍‌ଡନ କରନ୍ତି । ନିଜ ନିଜ ନୋମିନି ଦେଇ ସେଠିକାର ହାନୀଲାଭ ବୁଝନ୍ତି । ଠିକ ସେହିପରି ମେଡିକାଲକଲେଜର ଏକ ପରିଚାଳନା କମିଟି ମଧ୍ୟ ରହିଛି । କିନ୍ତୁ ସେମାନଙ୍କର ଦାୟୀତ୍ୱ କେବଳ ମିଟିଂରେ ସିମିତ ହୋଇ ରହିଯାଇଛି । କେତେକ କିଣାବିକାରେ ନେତାଙ୍କ ନୋମିନି ତଥା ରାଜନେତାଙ୍କ ହସ୍ତକ୍ଷେପ ରହୁଥିବା ବେଳେ ବାକି ସବୁ ମାମଲାରେ ସଂପୂର୍ଣ୍ଣ ନୀରବ । ଠିକ ସେହିପରି ବଲାଙ୍ଗୀରରେ ଅନେକ ତଥାକଥିତ ବୁଦ୍ଧିଜୀବି ସଂଗଠନ ରହିଛନ୍ତି । ସେମାନେ ମଧ୍ୟ ଏଭଳି ଏକ ଘଟିସନ୍ଧି ମୁହୁର୍ତ୍ତରେ ସଂପୂର୍ଣ୍ଣ ନୀରବୀ ଯାଇଛନ୍ତି । ଅନେକ ଘଟଣାରେ ସେମାନେ ତୁମ୍ବିତୁଫାନ କରୁଥିବା ବେଳେ ଏହି ଘଟଣାରେ ସେମାନଙ୍କର ମଧ୍ୟ ମୁହଁ ବନ୍ଦ ରହିଥିବା ଦେଖାଯାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like