-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ଜଣେ ତୃଣମୂଳ ସ୍ତରର ପଂଚାୟତ ପ୍ରତିନିଧି ତଥା ପଂଚାୟତର ସୁନ୍ଦର କାର୍ଯ୍ୟଶୈଳୀ ଓ ତାଙ୍କ ଦକ୍ଷତା ପାଇଁ ବିଶ୍ୱ ମହିଳା ଦିବସ ଅବସରରେ ଓଡିଶା ସର୍ବ ପ୍ରଥମ ମାସିକ ପତ୍ରିକା 'କାଦମ୍ବିନୀ' ପକ୍ଷରୁ ସରପଞ୍ଚ ଶ୍ରୀମତୀ ଲଷ୍ମୀ ପ୍ରଧାନଙ୍କୁ ଭୁବନେଶ୍ୱର କିଟ କ୍ୟାମ୍ପସ ଠାରେ ସମ୍ବର୍ଦ୍ଧିତ କରାଯାଇଛି l 'କାଦମ୍ବିନୀ' ପତ୍ରିକା ବିଗତ ଦୁଇ ଦଶନ୍ଧି ରୁ ଉର୍ଦ୍ଧକାଳ ନିୟମିତ ଭାବେ ପ୍ରକାଶ ପାଇ ଆସୁଛି l ଓଡ଼ିଆ ଭାଷା, ସାହିତ୍ୟ, କଳl, ସଂସ୍କୃତି ଆଦି କ୍ଷେତ୍ରରେ ଏହା ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରି ଆସିବା ସହ ସମାଜର ସାମୁହିକ ଉନ୍ନତିରେ ବ୍ରତୀ ହୋଇ ଆସୁଛି l