-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2021
ବଲାଙ୍ଗିର : ମାଲପଡା ନାଗରିକ କମିଟିର ୧୨୮ତମ ମାସିକିଆ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ପଞ୍ଚାନନ ସେଠ ଗତ ମାସିକିଆ ବୈଠକର ବିସୃତ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ, ମାଲପଡା ବାସିନ୍ଦାଙ୍କ ମୁଖ୍ୟ ସମସ୍ୟାମାନଙ୍କ ଉପରେ ଆଲୋଚିତ ହୋଇଥିଲା । ରୋଡମାନଙ୍କ ମରାମତି ଡ୍ରେନ ଉପରେ ସିମେଣ୍ଟ କଭର ହୋଇପାରି ନାହିଁ । ବହୁ ବର୍ଷ ଧରି ଆଲୋଚିତ ପିଚୁ ରାସ୍ତା ଟିକ୍ରାପଡା (ପ୍ରହରୀ ଛକରୁ) ସିଧା ଦକ୍ଷିଣ କୁ ନାଳ ପର୍ଯ୍ୟନ୍ତ ପିଚୁକରଣ, ମେଟ୍ରିକ ପରିକ୍ଷାରେ ସ୍ଥାନୀୟ ଉନ୍ନତ ମାନର ଛାତ୍ରଙ୍କ ସମ୍ମାନିତ କରିବା ଓ ପାଣି ଅଚଳ ନଳକୂପମାନ ମରାମତି । ରାସ୍ତା ମାନଙ୍କ ଉପରେ ପଡିଥିବା ଆବର୍ଜନ ସଫା ଉପରେ ବିସୃତ ଆଲୋଚନା ହୋଇଥିଲା । ବୈଠକରେ ବରିଷ୍ଠ ସଦସ୍ୟ ଭବାନି ଶଙ୍କର ଶତପଥି, ଗୋପବନ୍ଧୁ ପୁରୋହିତ, ଦିବାକର ହୋତା, ନିମାଇଁ ଚରଣ ଦାସ, ଦେବଜିତ ଯୋଷୀ, ଶିବ ପ୍ରସାଦ ଶତପଥି, ଆକୁଳ ବେହେରା ଓ ଅନ୍ୟାନ୍ୟ ସଭ୍ୟମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଉପସଭାପତି ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।