-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ଟିଟିଲାଗଡ଼:ପାଣି ସମସ୍ୟା ନେଇ ଟିଟିଲାଗଡ଼ ପୌର ନିର୍ବାହୀ ଅଧିିକାରୀଙ୍କୁ ଗରିବ ସେନା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଟିଟିଲାଗଡ଼ରେ ଟାଣ ଖରା ସହ ପାଣି ସମସ୍ୟା ଲୋକଙ୍କୁ କଲବଲ କରୁଛି । ସହରର ୧୫ଟି ୱାର୍ଡରେ ପାଣିର ଘୋର ସମସ୍ୟା ରହିଛି । ଜନ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ୮ ଦିନରେ ଥରେ ପାଣି ଆସୁଛି । ଏ ନେଇ ପିଏଚ୍ଡିକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଲିନି । ଏଣୁ ପୌରପାଳିକା ପକ୍ଷରୁ ପାଣିର ବ୍ୟବସ୍ଥା କରିବାକୁ ଗିରବ ସେନା ନିବେଦନ କରିଛି । ସେନା ସଭାପତି ଜିତେନ୍ଦ୍ର ବାଗଙ୍କ ନେତୃତ୍ୱରେ ଜୟସିଂହ ତାଣ୍ଡି, ଗୋଲାପ ସୋନୀ, ରଘୁନାଥ କୁମ୍ଭାର, ଯୁଗଳ ସେଠୀ, ସାରଙ୍ଗଧର ବାଗ, ମିତ୍ର ଦୀପସୁଭଦ୍ରା ତାଣ୍ଡି, ଭୂମି କୁମ୍ଭାର, ଅମ୍ରିତା ଦାସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।