-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ବୌଦ୍ଧ: ବୌଦ୍ଧ ସହରକୁ ପଲିଥିନମୁକ୍ତ କରିବା ପାଇଁ ବୌଦ୍ଧ ଗଡ଼ ଏନ୍ଏସି ପକ୍ଷରୁ ଅଭିଯାନ ଜାରି ରହିଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶରେ ଏନ୍ଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡାଙ୍କ ନେତୃତ୍ୱରେ ଏହି ଅଭିଯାନ ଜାରି ରହିଛି । ଯେଉଁ ବ୍ୟବସାୟୀ ମାନେ ପଲିଥିନ ବ୍ୟବହାର କରୁଛନ୍ତି ସେମାନଙ୍କ ଦୋକାନ ଉପରେ ଚଢ଼ଉ କରି ଜୋରିମାନା ଆଦାୟ କରାଯାଇଛି । ଏନ୍ଏସି ଛକ ଠାରୁ ରାଜନପାଲି ଛକ, ବସଷ୍ଟାଣ୍ଡ ଠାରୁ ମେଡିକାଲ ଛକ, ଦୈନିକ ବଜାର ଆଦି ସ୍ଥାନ ଗୁଡିକରେ ଥିବା ୩୫ଟି ବ୍ୟବସାୟିକ ପ୍ରତିହ୍ଠାନ ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ପଲିଥିନ ଜବତ କରାଯାଇଛି । ସେମାନଙ୍କ ଠାରୁ ୪ହଜାର ୪ଶହ ଟଙ୍କ ଜୋରିମାନା ଆଦାୟ କରାଯାଇଥିଲା । ଚଢ଼ଉରେ ପ୍ରଫୁଲ୍ଲ ପଟ୍ଟନାୟକ, ଅରବିନ୍ଦ ବିଶ୍ୱାଲଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।