-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
07-Mar-2021
ବଲାଙ୍ଗୀର: କିଛି ମାସ ପୂର୍ବରୁ କରୋନା ସକ୍ରମଣ ଯୋଗୁଁ ଜିଲ୍ଲା ଓକିଲ ସଂଘର ତିନି ଜଣ ସଭ୍ୟଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଜନସାଧାରଣଙ୍କ ମଧ୍ୟରେ ବିଶେଷ କରି ଓକିଲ ମାନଙ୍କ ମଧ୍ୟରେ ପୁଣି ଭୟ ସଂଚାର କରିଛି । ଏହି ପରିପ୍ରେକ୍ଷୀରେ ବଲଙ୍ଗୀରରେ କାର୍ଯ୍ୟରତ ଓକିଲ ମାନଙ୍କ ଧନଜୀବନର ସୁରକ୍ଷା ପାଇଁ ସିଭିଲ କୋର୍ଟ ପରିସରରେ ତୁରନ୍ତ ଏକ ଭେକ୍ସିନେସନ କ୍ୟାମ୍ପ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଂପାଦକ ବାସୁଦେବ ରଥ ବଲାଙ୍ଗୀର ସିଡିଏମ୍ଓ ଡ. ଭୀମ ସାହୁଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।