-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ଭୁବନେଶ୍ବର(ପ୍ରେରଣା ଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖ ଦିନ ନୂଆପଡ଼ା ଗସ୍ତରେ ଯାଇପାରନ୍ତି ବୋଲି ଜଣାପଡ଼ିଛି। ସେଠାରେ ପାଖାପାଖି ୪ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଓ ସୁନ୍ଦରଗଡ଼ ପରେ ନବୀନଙ୍କ ନୂଆପଡ଼ା ଗସ୍ତ ବଲାଙ୍ଗୀର ରାଜନୀତି ପାଇଁ ମଧ୍ୟ ଅଧିକ ଗୁରୁତ୍ବ ରଖୁଛି। ସେଦିନ ମୁଖ୍ୟମନ୍ତ୍ରୀ ନୂଆପଡ଼ା ସମେତ ବଲାଙ୍ଗୀରର ବଙ୍ଗମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ଭଳି ତିନିଟି ବ୍ଲକର ବିକାଶ ମୂଳକ କାର୍ଯ୍ୟକ୍ରମ ଲାଗି ରାସ୍ତା ଖୋଲିବେ। ଏହି କାର୍ଯ୍ୟ କିଭଳି ସଫଳ ହେବ, ସେଥିଲାଗି ବିଜେଡି ନେତାଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟାଯାଇଛି। ମନ୍ତ୍ରୀ, ବିଧାୟକ ମିଶି ପ୍ରାୟ ୬୦ ଜଣ ନେତାଙ୍କୁ ଦଳ ସେଠାକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆଜି ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ପରେ ଏ ସଂକ୍ରାନ୍ତ ଦଳ ପକ୍ଷରୁ ଚୂଡାନ୍ତ ପଦକ୍ଷେପ ନିଆଯିବ ବୋଲି ଜଣେ ବରିଷ୍ଠ ବିଜେଡି ନେତା ସୂଚନା େଦଇଛନ୍ତି।