-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ବଲାଙ୍ଗିର (ପ୍ରେରଣା ଖବର) :ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ବଲାଙ୍ଗିର ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ ପରିସରରେ ଗୋଟିଏ ୱାଟରକୁଲର ଓ ପୁରିଫାୟର ମେସିନ୍ ଏବଂ ଗୋଟିଏ ସାନିଟାଇଜ୍ ସ୍ପ୍ରେ ମେସିନକୁ ଲୋକାର୍ପିତ କରିଛନ୍ତି। ସ୍କୁଲର ଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଏହା ସହାୟକ ହେବା ସହ କୋଭିଡ୍ ସମୟରେ ମଧ୍ୟ ସେମାନେ ସହଜରେ ନିଜକୁ ସାନିଟାଇଜ୍ କରି ରଖିପାରିବେ।
ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ମୋ’ ସ୍କୁଲ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀର ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଆଜି ସେଠାକୁ ପରିଦର୍ଶନରେ ଯାଇ ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ସ୍କୁଲର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ସ୍କୁଲ ପରିସରରେ ଶ୍ରୀମତୀ ମିଶ୍ର ୱାଟରକୁଲର ଓ ସାନିଟାଇଜ୍ ସ୍ପ୍ରେ ମେସିନକୁ ସ୍ଥାପନ କରାଇଛନ୍ତି। ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସ୍କୁଲର କେଉଁସବୁ ଭିତ୍ତିଭୂମିର ଅଭାବ ରହିଛି ଓ କ’ଣ ବିକାଶର ଆବଶ୍ୟକତା ତା’ର ଏକ ତାଲିକା ପ୍ରସ୍ତୁତ କରି ଦେବାକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସ୍କୁଲ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲର
ସାମଗ୍ରିକ ଭିତ୍ତିଭୂମି ବିକାଶ ଦିଗରେ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ଶ୍ରୀମତୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମତୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି।