-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ବୌଦ୍ଧ(ପ୍ରେରଣl ଖବର): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ବୀରନସିଂହପୁର ବାଳାଶ୍ରମ ନିକଟରେ ଗୋଟିଏ କାର ଜଣେ ସାଇକେଲ ଆରୋହୀଙ୍କୁ ଧକ୍ଳା ଦେବାରୁ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୀରନରସିଂହପୁର ଗ୍ରାମର ନବିନ ପ୍ରଧାନ(୫୫) ସାଇକେଲ ଯୋଗେ ନିଜ ଗାଁକୁ ଫେରୁଥିବାବେଳେ ବିପରୀତ ଦିଗରୁ ଚାରିଛକ ପଟୁ ବୌଦ୍ଧ ଆଡକୁ ଆସୁଥିବା (ଓଡି ଜିରୋ ୨ ସି ୪୭୭୭) ନମ୍ବର ବିଶିଷ୍ଟ ଏକ ସୁଇଫ୍ ଡିଜାର୍ କାର୍ ବାଳାଶ୍ରମ ଛକ ନିକଟରେ ସାଇକେଲକୁ ଖୁବ ଜୋରରେ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହୀଜଣକ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ମାତ୍ର ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ବୁର୍ଲା ରେଫର କରିଥିଲେ । ବୁର୍ଲା ନେଉଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ପୋଲିସ୍ ପଂହଚି ତଦନ୍ତ କରିବାସହ ଦୁର୍ଘଟଣାଗ୍ରସ୍ତ କାର୍ ଓ କାର୍ରେଥିବା ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଥିବା ଜଣାପଡିଛି । ଏହି ଦୁର୍ଘଟଣାକୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି