-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||     

HOME   ଜିଲ୍ଲା

ସଂକ୍ରମଣ ପରେ ଭିସୁଟ୍‌ରେ ଅଚଳାବସ୍ଥା : ସୋମବାରର ପରୀକ୍ଷା ବାତିଲ

01-Mar-2021



ସମ୍ବଲପୁର(ପ୍ରେରଣା ଖବର) : ବହୁ ସଂଖ୍ୟାରେ ଛାତ୍ର କରୋନା ଆକ୍ରାନ୍ତ ହେବାକୁ ନେଇ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ରେ ସୃଷ୍ଟ ଅଚଳାବସ୍ଥା ଜାରି ରହିଛି। ଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଓ ଅଶାନ୍ତି ପରେ ଭିସୁଟ୍ କର୍ତ୍ତୃପକ୍ଷ ସୋମବାର ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ କରିଛନ୍ତି। ତେବେ ପରବର୍ତ୍ତୀ ପରୀକ୍ଷା ଗୁଡ଼ିକ ସଂପର୍କରେ ଏଯାଏଁ ନିଷ୍ପତ୍ତି ହୋଇ ନାହିଁ। ଅପରପକ୍ଷରେ ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ ପରୀକ୍ଷା କରିବା କିମ୍ବା ପରିସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇ ଦେବା ପାଇଁ ଅଭିଭାବକ ମାନେ ନିଜ ପୁରୁଣା ଦାବିକୁ ଦୋହରାଇଛନ୍ତି।ଅପରପକ୍ଷରେ ରାଜ୍ୟର ସମସ୍ତ ବୈଷୟିକ ଅନୁଷ୍ଠାନର ସପ୍ତମ ସେମିଷ୍ଟାର୍‌ ପରୀକ୍ଷା ଶେଷ ହୋଇ ପରୀକ୍ଷାଫଳ ବାହାରି ସାରିଥିବା ବେଳେ ଭିସୁଟ୍‌ ପରୀକ୍ଷା ଏଯାଏଁ ହୋଇ ନଥିବାରୁ ‌ଯେକୌଣସି ପ୍ରକାରେ ଏହା ଶେଷ କରିବାକୁ କର୍ତ୍ତୃପକ୍ଷ ବ୍ୟଗ୍ର ଅଛନ୍ତି। କିଛି ଛାତ୍ର କ୍ୟାମ୍ପସ୍‌ରେ ଚାକିରି ପାଇ ସାରିଥିବାରୁ ସେମାନଙ୍କ ପାଇଁ ଏହି ପରୀକ୍ଷା ଶୀଘ୍ର ସାରିବା ଜରୁରୀ ହୋଇ ପଡ଼ିଛି। ବିଟେକ୍‌ ଦ୍ବିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍‌ଲାଇନ୍‌ କରାଯିବ ବୋଲି ଘୋଷଣା ପରେ ଉକ୍ତ ବର୍ଷ ଗୁଡ଼ିକର ଅଧିକାଂଶ ବିଦ୍ୟାର୍ଥୀ ହଷ୍ଟେଲ୍ ଛାଡ଼ି ନିଜ ଘରକୁ ଚାଲି ଯାଇଛନ୍ତି। ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ସମସ୍ୟା ଲାଗି ରହିଛି। ବର୍ତ୍ତମାନ ଭିସୁଟ୍‌ର ୧୧ଟି ହଷ୍ଟେଲ୍‌କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରା ଯାଇଥିବା ବେଳେ ଭିସୁଟ୍ ଏକାଡେମିକ୍ ବ୍ଲକ୍‌ ଓ ପ୍ରଶାସନିକ ଭବନ କଣ୍ଟେନ୍‌ମେଣ୍ଟ ବାହାରେ ରହିଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଛାତ୍ରବାସ ଓ ଛାତ୍ରୀନିବାସ ଗୁଡ଼ିକରୁ ଛାତ୍ରଛାତ୍ରୀମାନେ ବାହାରି ମୁଖ୍ୟ ରାସ୍ତାରେ ଚାଲିଚାଲି ଆସି ଏକାଡେମିକ୍ ବ୍ଲକ୍‌ରେ ହେବାକୁ ଥିବା ପରୀକ୍ଷା ଦେବେ। ଏହା କଣ୍ଟେନ୍‌ମେଣ୍ଟ ସର୍ତ୍ତାବଳୀର ଉଲ୍ଲଘଂନ ନୁହେଁ କି ବୋଲି କିଛି ଅଭିଭାବକ ପ୍ରଶ୍ନ କରିଛନ୍ତି। ସେହିପରି ବାହାରୁ ଆସୁଥିବା ଦିବଧ୍ୟାୟୀ ଛାତ୍ରଛାତ୍ରୀ ମାନେ ସେମାନଙ୍କ ସହ ଗୋଟିଏ ହଲ୍‌ରେ ପରୀକ୍ଷା ଦେଇ ପୁଣି ନିଜ ଘରକୁ ଫେରିବା ଦ୍ବାରା ବିଭିନ୍ନ ଆବାସିକ ଅଞ୍ଚଳରେ ସଂକ୍ରମଣର ବିପଦ ସୃଷ୍ଟି ହେବ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଅଫ୍‌ଲାଇନ୍ ପରୀକ୍ଷା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ ବୋଲି ଅଭିଭାବକ ମାନେ ମତ ଦେଇଛନ୍ତି। ଏ ସଂପର୍କରେ ଭିସୁଟ୍‌ର ଭାରପ୍ରାପ୍ତ କୁଳପତି ପ୍ର. ବିଭୂତି ଭୂଷଣ ପତିଙ୍କ କହିବା ହେଲା, ପିଲାଙ୍କ କ୍ୟାରିୟର୍‌କୁ ଦୃଷ୍ଟିରେ ରଖି ସପ୍ତମ ସେମିଷ୍ଟାର୍‌ ପରୀକ୍ଷା ସାରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। ପିଲାମାନେ କେମିତି ସୁରକ୍ଷିତ ଭାବେ ପରୀକ୍ଷା ‌ଦିଅନ୍ତୁ ତାହା ଆମେ ଚାହୁଁଛୁ ଓ ସେହି ଅନୁଯାୟୀ ବ୍ୟବସ୍ଥା କରାଯାଉଛି। ତେବେ ପ୍ରଥମେ ସୋମବାର ଗୋଟିଏ ଦିନର ପରୀକ୍ଷା ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ପରୀକ୍ଷା ଗୁଡ଼ିକ ସଂପର୍କରେ ଆଗାମୀ ବୈଠକରେ ନିଷ୍ପତ୍ତି ହେବ। ପରୀକ୍ଷା ହଲ୍‌ର ବିଶୋଧନ, ହଲ୍‌ରେ ପିଲାଙ୍କ ମଧ୍ୟରେ ବ୍ୟବଧାନ ଆଦି ଉପରେ ଧ୍ୟାନ ଦିଆଯାଉଛି। ‌ବାହାରୁ ଆସୁଥିବା ପିଲାଙ୍କ ସଂଖ୍ୟା ଖୁବ୍‌ କମ୍। ତେଣୁ ସେମାନଙ୍କ ଜରିଆରେ କରୋନା ସଂକ୍ରମଣର କୌଣସି ଆଶଂକା ନାହିଁ ବୋଲି ପ୍ର. ପତି କହିଥିଲେ। ଅନ୍ୟ ପକ୍ଷରେ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କହାଯାଇଛି ଯେ କୌଣସି ଅଭିଭାବକ ଚାହିଁଲେ ନିଜ ପୁଅ ବା ଝିଅକୁ ହଷ୍ଟେଲ୍‌ରୁ ନେଇ ଯାଇ ପାରିବେ ଓ ସେ ପରୀକ୍ଷା ନଦେଲେ ବି ତାହା ବ୍ୟାକ୍‌ପେପର୍‌ ଭାବେ ବିବେଚନା କରାଯିବ ନାହିଁ। ତେବେ ଏ ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦେଶ ବିଶ୍ବବିଦ୍ୟାଳୟର ହସ୍ତଗତ ହୋଇ ନଥିବା ଜଣା ପଡ଼ିଛି। ସରକାର ଯାହା ନିର୍ଦ୍ଦେଶ ଦେଲେ ଆମେ ତାକୁ ପାଳନ କରିବୁ ବୋଲି ଭାରପ୍ରାପ୍ତ କୁଳପତି ପ୍ର. ପତି କହିଛନ୍ତି। ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ପରେ ଜିଲ୍ଲା ପ୍ରଶାସନ ତରଫରୁ ଭିସୁଟ୍‌ର ବିଭିନ୍ନ ଛାତ୍ରାବାସରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ବିନା ଜରୁରୀ କାରଣରେ ଯେମିତି କେହି ବାହାରକୁ ନ ବାହାରିବେ ବା ବାହାର ଅଞ୍ଚଳରୁ କେହି ଭିତରକୁ ନଯିବେ ତା’ଉପରେ ଧ୍ୟାନ ଦିଆଯାଉଛି। ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଛୋଟବଡ଼ ଦୋକାନ ବନ୍ଦ କରିବା ତଥା କୌଣସି ପ୍ରକାରେ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭାରପ୍ରାପ୍ତ ଅଧିକାରୀ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026

You Might Also Like