ବୌଦ୍ଧ ଜିଲ୍ଲା ଓଡ଼ିଶା ଡ୍ରାଇଭର ମହାସଂଘର ବନ୍ଧୁ ମିଳନ
27-Feb-2021
ହରଭଙ୍ଗା(ଅମିତ୍ କୁମାର ଙ୍କ ରିପୋର୍ଟ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ତାଲବାହାଲ ଠାରେ ଓଡି଼ଶା ଡ୍ରାଇଭର ମହାସଂଘ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି |ସଭାପତି ସୁନୀଲ କୁମାର ଦାସ, ଉପସଭାପତି ବିପିନ ବିହାରୀ ବ୍ରହ୍ମା, ସମ୍ପାଦକ ସୁଜିତ ସ୍ବୀଇଁ, ସୁଶାନ୍ତ ସେଠି ଙ୍କ ଉପସ୍ଥିତ ରେ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ବୌଦ୍ଧ ଜିଲ୍ଲା ର ୩୦ ଜଣ ଜିଲ୍ଲା ର ଡ୍ରାଇଭର ବନ୍ଧୁ ସାମିଲି ଥିଲେ।ଜିଲ୍ଲାର ସବୁ ଡ୍ରାଇଭର ଭାଇଙ୍କୁ ଏକତା ଅକ୍ଷୁର୍ଣ୍ଣ ରଖିଵା ପାଇଁ ଆଲୋଚନା ହୋଇଥିଲା। ଏବଂ କରୋନା ସମୟରେ ଜନସାଧାରଣ ଓ ପ୍ରଶାସନ କୁ ଦିନରାତି ଘରୁ ବାହାରେ ରହି ସେବା କରି ବି ଡ୍ରାଇଭର ମାନଙ୍କ ସାହାଯ୳ ସହଯୋଗ ର ହାତ ବଡାଇଲେ ନାହିଁ ସରକାର | ତେଣୁ ଏହା ଉପରେ ଆଲୋଚନା ହୋଇଥିଲା | ଜିଲ୍ଲା ସଭାପତି କହିଛନ୍ତି ଆଗାମୀ ଦିନରେ ପ୍ରଶାସନ ତାଙ୍କ ଅଭିଯୋଗ ଗୁଡିକ ପୂରଣ ନକଲେ ଆଗାମି ଦିନରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବୁ ବୋଲି ଜଣାଇଛନ୍ତି |