-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : କଳାକାହ୍ନୁ ପଟେଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୋଶେଲେଶ୍ବର ମାଳି ସାମାଜ ବିକାଶ ପରିଷଦର ସାଧାରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲ, ମୁଖ୍ୟବକ୍ତା ଜିଲ୍ଲା ଉପ ସଭାପତି ବ୍ରଜମୋହନ ପଟେଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଶୁବାଷ ଚନ୍ଦ୍ର ପୁଟେଲ, ଜିଲ୍ଲା ଉପଦେଷ୍ଟା ମଣ୍ଡଳୀ ବିରାଜ ପୁଟେଲ ଓ ଜିଲ୍ଲା ସମୀକ୍ଷକ ଶରତ କୁମାର ପଟେଲ ମଞ୍ଚାସୀନ ଥିଲେ। ପ୍ରଥମେ କୋଶେଲେଶ୍ବର ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଓ ମାଳି ସାମାଜର ଶିକ୍ଷା ବିକାଶ, ସମାଜର ଉନ୍ନତି, ଗରିବ ଦୂରୀକରଣ କିଭଲି ହୋଇପାରିବ ସେ ପ୍ରତିଦୃଷ୍ଟି ଦେବାପାଇଁ ଆଲୋଚନା ମାଧ୍ୟମରେ ମୁଖ୍ୟବକ୍ତା କହିଥିଲେ। ଯଦି ସରକାର ନ ଶୁଣିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏହି ଅଧିବେଶନ ରେ ୩୬ ଖଣ୍ଡ ଗାଁର ସଭ୍ୟ ତଥା ଟିକେଲ ପୁଟେଲ, ସତ୍ଯ ପୁଟେଲ, ଉଦ୍ଧବ ପଟେଲ, ପୁରୁଷୋତ୍ତମ ପଟେଲ, ରାମଚନ୍ଦ୍ର ପୁଟେଲ ଉପସ୍ଥିତ ରହି ସହଯୋଗ କରିଥିଲେ ।