ଝାରସୁଗୁଡା ଜିଲ୍ଲା ଡ୍ରାଇଭର ମହାସଂଘର ବନ୍ଧୁ ମିଳନ
28-Feb-2021
ଝାରସୁଗୁଡା(ଅମିତ୍ କୁମାର ଙ୍କ ରିପୋର୍ଟ) : ଝାରସୁଗୁଡା ଜିଲ୍ଲା ମନମୋହନ ଖେଳ ପଡିଆ ଠାରେ ଓଡି଼ଶା ଡ୍ରାଇଭର ମହାସଂଘ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି |ସଭାପତି ଅରୁଣ କୁମାର, ଉପସଭାପତି ସନୁସୋନା ଙ୍କ ଉପସ୍ଥିତ ରେ ସଭା ଅନୁଷ୍ଠିତ ହୋଇଥିଲା |ପ୍ରଥମେ ମା ସଲେଶ୍ବରୀ ଙ୍କ ଶପଥ ନିଆଯାଇଥିଲା। ଏଥିରେ ଝାରସୁଗୁଡା ଜିଲ୍ଲା ର ୩୦ ଜଣ ଡ୍ରାଇଭର ବନ୍ଧୁ ସାମିଲି ଥିଲେ।ଜିଲ୍ଲାର ସବୁ ଡ୍ରାଇଭର ଭାଇଙ୍କୁ ଏକତା ଅକ୍ଷୁର୍ଣ୍ଣ ରଖିଵା ପାଇଁ ଆଲୋଚନା ହୋଇଥିଲା। ଏବଂ କରୋନା ସମୟରେ ଜନସାଧାରଣ ଓ ପ୍ରଶାସନ କୁ ଦିନରାତି ଘରୁ ବାହାରେ ରହି ସେବା କରି ବି ଡ୍ରାଇଭର ମାନଙ୍କ ସାହାଯ୳ ସହଯୋଗ ର ହାତ ବଡାଇଲେ ନାହିଁ ସରକାର | ତେଣୁ ଏହା ଉପରେ ଆଲୋଚନା ହୋଇଥିଲା | ଜିଲ୍ଲା ସଭାପତି କହିଛନ୍ତି ଆଗାମୀ ଦିନରେ ପ୍ରଶାସନ ତାଙ୍କ ଅଭିଯୋଗ ଗୁଡିକ ପୂରଣ ନକଲେ ଆଗାମି ଦିନରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବୁ ବୋଲି ଜଣାଇଛନ୍ତି |