-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ଝାରସୁଗୁଡା(ପ୍ରେରଣା ଖବର ବ୍ୟୁରୋ): ପଥର ଖାଦାନରେ ବିସ୍ଫୋରଣ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିସ୍ଫୋରଣରେ ବାଦୀମାଲ ଗାଁର ୩୬ ବର୍ଷୀୟ ହରିଶଙ୍କର ଭୋଇଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟିଆରଏଲ୍ କ୍ରୋସାକୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ବନରହପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ, ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।