-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ବଲାଙ୍ଗିର: ଅଖିଳ ଭାରତ କାୟସ୍ଥ ମହାସଭାର ସଭାପତି ରବି ନନ୍ଦନ ସହାୟଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ସହାୟଙ୍କ ଅମର ଆତ୍ମାର ଶାନ୍ତି ପାଇଁ କରଣ ସମାଜ ପକ୍ଷରୁ ସ୍ଥାନୀୟ ଚିତ୍ରଗୁପ୍ତ ଦେବଙ୍କ ମନ୍ଦିର ଠାରେ ପ୍ରାର୍ଥନା ଏବଂ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ସଭାପତି ଅସୀମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅଖିଳ ଭାରତ କାୟସ୍ଥ ମହାସଭା କାର୍ଯ୍ୟକାରୀ ସଦସ୍ୟ ବିକ୍ରମାନନ୍ଦ ବହିଦାରଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ / ସଦସ୍ୟା ଯୋଗଦାନ କରି ସ୍ୱର୍ଗତ ସହାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ।ସ୍ମୃତି ଚାରଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟା ସୁଷମା ଚୈାଧୁରୀ, ନମିତା ବକ୍ସି, ସମାପିକା ବହିଦାର, ସସ୍ମିତା କୁଅଁର, ବିଷ୍ଣୁପ୍ରିୟା ବହିଦାର, ବିସ୍ମିତାଞ୍ଜଳି ପଟ୍ଟନାୟକ, ଜ୍ୟୋସ୍ନା ପଟ୍ଟନାୟକ, ସ୍ମିତା ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରବି ନାରାୟଣ ମହାନ୍ତି, ପ୍ରଦିପ କୁମାର କୁଅଁର, ରବି ନାରାୟଣ ମହାନ୍ତି, ଜୟରାମ ପଟ୍ଟନାୟକ, ଦିଲିପ କୁମାର ପୃଷେଠ, ରବିନ୍ଦ୍ର ପଟ୍ଟନାୟକ, ମହାବିର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ